ପରିକ୍ରମା ପ୍ରକଳ୍ପ ବୁଲି ଯିବାବେଳେ ଦୁର୍ଘଟଣା

ଖୋର୍ଦ୍ଧା ,୨।୨: ୧୬ନଂ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଠାରେ ଦୁର୍ଘଟଣା ଘଟିଛି। ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ବସ୍‌ରେ ଲୋକମାନଙ୍କୁ ପୁରୀ ଅଣାଯାଉଥିଲା। ହେଲେ ଅଧାବାଟରେ ଘଟିଲା ଦୁର୍ଘଟଣା। ଖୋର୍ଦ୍ଧା ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ବସ୍‌କୁ ଟ୍ରକ୍‌ ଧକ୍କା ଦେବାରୁ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବ  ସମସ୍ତ ଆହତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସରେ ପୁରୀ ପରିକ୍ରମା ପ୍ରକଳ୍ପ ବୁଲି ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରାୟଗଡା ଜିଲାରୁ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଆସୁଥିଲା ବସ୍‍।ଆଜି ମଧ୍ୟ ରାୟଗଡ଼ା ଜିଲ୍ଲାରୁ ୪୫ ଯାତ୍ରୀଙ୍କୁ ନେଇ ବସ୍‌ଟି ପୁରୀ ବାହାରିଥିଲା।  ଖୋର୍ଦ୍ଧା ଜିଲ୍ଲା ଗୋଶାଳା ପଡ଼ିଆରେ ପରିକ୍ରମା ପ୍ରକଳ୍ପ ବୁଲିବାକୁ ଆସୁଥିବା ଯାତ୍ରୀମାନଙ୍କ କିଛି ସମୟ ଆରାମ କରିବାକୁ ଅସ୍ଥାୟୀ ଶିବିର କରାଯାଇଛି। ଯାତ୍ରୀମାନେ ସେଠାରେ କିଛି ସମୟ ବିଶ୍ରାମ ନେଇ ପୁଣି ସେହିଗାଡ଼ିରେ ପୁରୀ ଯିବେ।ଆଜି ସକାଳେ ରାୟଗଡ଼ାରୁ ଆସିଥିବା ବସ୍‌ଟି ଯାତ୍ରୀମାନଙ୍କ ବିଶ୍ରାମ ପାଇଁ  ଗୋଶାଳା ପଡ଼ିଆ ନିକଟ ରାସ୍ତାକଡ଼ରେ ଅଟକିଥିଲା। କିଛି ଯାତ୍ରୀ ମଧ୍ୟ ବସ୍‌ରୁ ଓହ୍ଲାଇ ସାରିଥିଲେ। ଏହି ସମୟରେ ଏକ ଟ୍ରକ୍ ଆସି ବସକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!