ପୁରୀ,୪।୨: ଆଜିଠାରୁ ଅର୍ପଣ ଚାଉଳରେ ପ୍ରସ୍ତୁତ କାନିକା ଓ ଖେଚୁଡି ଭକ୍ତଙ୍କୁ ବଣ୍ଟନ ହେବ। ସାରା ରାଜ୍ୟରୁ ଆସିଥିବା ଅର୍ପଣ ଚାଉଳରେ ପ୍ରସ୍ତୁତ ହେବ ମହାପ୍ରସାଦ। ଶ୍ରୀମନ୍ଦିରର ପଶ୍ଚିମଦ୍ୱାରା,ଉତ୍ତରଦ୍ୱାର ଓ ଦକ୍ଷିଣଦ୍ୱାରରେ ଦର୍ଶନ ସାରି ବାହାରୁଥିବା ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବ । ଏନେଇ ଚାଉଳ ଶ୍ରୀମନ୍ଦିରରେ ପହଞ୍ଚିଥିବା ବେଳେ ସକାଳଧୂପ ଠାରୁ ସଂଧ୍ୟାଧୂପ ପର୍ଯ୍ୟନ୍ତ ଭକ୍ତଙ୍କୁ ଏହି ମହାପ୍ରସାଦ ବଣ୍ଟାଯିବା କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଗଞ୍ଜାମରୁ ଆସିଥିବା ଅର୍ପଣ ଚାଉଳର କାନିକା ଓ ଖେଚୁଡି ପ୍ରସ୍ତୁତ ହୋଇ ବଣ୍ଟାଯିବ ବୋଲି ସୂଚନା ମିଳିଛି । ଅର୍ପଣ ଚାଉଳରେ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ଓ ଏହାର ତତ୍ୱବଧାନ ପାଇଁ ଏକ ସବକମିଟି ଗଠନ ହୋଇଥିବା ବେଳେ କମିଟିରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ,ସୁଆରମହାସୁଆର ନିଯୋଗ ସଭାପତି,ସମ୍ପାଦକ,ପୂର୍ବତନ ନିଯୋଗର ସଭାପତି,ସମ୍ପାଦକ ପ୍ରମୁଖ ରହିଛନ୍ତି । ଆନନ୍ଦବଜାରରେ ମହାପ୍ରସାଦ ବିକ୍ରି କରୁଥିବା ସୁପକାରମାନେ କାନିକା ଓ ଖେଚୁଡି ପ୍ରସ୍ତୁତି କରିବେ । ପର୍ଯ୍ୟାୟକ୍ରମେ ପ୍ରତି ଧୂପରେ କାନିକା ଓ ଖେଚୁଡି ପ୍ରସ୍ତୁତି ହୋଇ ସକାଳଧୂପରୁ ସଂଧ୍ୟା ଧୂପ ପର୍ଯ୍ୟନ୍ତ ପ୍ରାୟ 60 ହାଣ୍ଡି ବଣ୍ଟା ଯିବାକୁ ଲକ୍ଷ ରଖାଯାଇଛି । ତେବେ ପ୍ରତ୍ୟକ ଦିନ ପ୍ରାୟ 10 ହଜାର ଭକ୍ତଙ୍କୁ ଅର୍ପଣ ଚାଉଳରେ ପ୍ରସ୍ତୁତ କାନିକା ଓ ଖେଚୁଡି ବଣ୍ଟାଯିବା ଲକ୍ଷ୍ୟ ରଖାଯାଇଥିବା ନିଯୋଗ ପକ୍ଷରୁ କୁହାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |