ମିରଟରୁ ISI ଏଜେଣ୍ଟକୁ ଗିରଫ କଲା ୟୁପି AT

ଲକ୍ଷ୍ନୌ,,୪ା୨: ଉତ୍ତର ପ୍ରଦେଶ ‘ଆଣ୍ଟି-ଟେରରିଜମ୍‌ ସ୍କ୍ବାଡ୍‌’ (ୟୁପି ଏଟିଏସ୍‌) ମିରଟ୍‌ରୁ ଜଣେ ପାକିସ୍ତାନୀ ଇଣ୍ଟର୍‌ ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ୍‌ (ଆଇଏସ୍‌ଆଇ) ଏଜେଣ୍ଟ୍‌ଙ୍କୁ ଗିରଫ କରିଥିବା କଥା ପୁଲିସ କହିଛି।ୟୁପି ଏଟିଏସ୍ ଋଷରେ ଥିବା ଭାରତୀୟ ଦୂତବାସରେ କାର୍ଯ୍ୟ କରୁଥିବା ଜଣେ ଏଜେଣ୍ଟଙ୍କୁ ଗିରଫ କରିଛି। ଯିଏକି ISI ପାଇଁ କାର୍ଯ୍ୟ କରୁଥିଲା। ଋଷରେ ରହି ପାକସ୍ତାନକୁ ଗୁଇନ୍ଦା ତଥ୍ୟ ଦେଉଥିବା ଅଭିଯୋଗରେ ଏହି ISI ଏଜେଣ୍ଟକୁ ମିରଟରୁ ଗିରଫ କରିଛି ୟୁପି ATS । ତେବେ ଗିରଫ ହୋଇଥିବା ISI ଏଜେଣ୍ଟ ହେଉଛି ସତ୍ୟେନ୍ଦ୍ର ସିୱାଲ। ସେ ଋଷରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟରତ ଥିଲେ।ଉତ୍ତରପ୍ରଦେଶ ATSର ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟରେ MTS ଭାବରେ କାର୍ଯ୍ୟରତ ଥିବା ସତ୍ୟେନ୍ଦ୍ର ସିୱାଲଙ୍କୁ ଗିରଫ କରାଯାଇଛି। ସତ୍ୟେନ୍ଦ୍ର ଋଷରେ ଥିବା ଭାରତୀୟ ଦୂତବାସରେ କାର୍ଯ୍ୟରତ ଥିଲେ। ISI ପାଇଁ କାମ କରୁଥିବା ଅଭିଯୋଗରେ ତାଙ୍କୁ ୟୁପି ATS ଗିରଫ କରିଛି। ସତ୍ୟେନ୍ଦ୍ର ସିୱାଲ ଉତ୍ତରପ୍ରଦେଶର ହାପୁଡ୍ ଜିଲ୍ଲାର ବାସିନ୍ଦା । ମସ୍କୋରେ ଥିବା ଭାରତୀୟ ଦୂତାବାସରେ କେହି ଗୁପ୍ତଚର କାର୍ଯ୍ୟ କରୁଥିବା ନେଇ ATSକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଏଟିଏସ୍‌ ଏହି ମାମଲାରେ ତଦନ୍ତ ଜାରି ରଖିଥିଲେ। ତେବେ ତଦନ୍ତ ସମୟରେ ସତ୍ୟେନ୍ଦ୍ରଙ୍କ ଉପରେ ସନ୍ଦେହ ବଢ଼ିଥିଲା। ଯେଉଁଥିପାଇଁ ତାଙ୍କୁ ୟୁପିର ମିରଟରୁ ଗିରଫ କରିଛି ୟୁପି ଏଟିଏସ୍‌।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!