ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ଫାଟ

ପୁରୀ,୪।୨:ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ଫାଟ। ପଦ୍ମ ପାଖୁଡାରେ ବିରାଟ୍‌ ଫାଟ ସୃଷ୍ଟି ହୋଇଛି। ଯାହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି। ଏପରିକି ଗୁମୁଟରେ ଯେଉଁ ଭାସ୍କର୍ଯ୍ୟ ଖୋଦିତ ହୋଇଥିଲା, ସେଥିରୁ ପଥର ଖସି ତଳେ ପଡିଛି। ଗୁମୁଟର ପଛ ଭାଗରେ ବିରାଟ ଏକ ଗତ୍ର ସୃଷ୍ଟି ହୋଇଛି। ଅଏସ୍‌ଆଇ ଅଣଦେଖା କରୁଥିବାରୁ ଫାଟ ବଢ଼ୁଥିବା ସାଧାରଣରେ ମତ ପ୍ରକାଶ ପାଇଛି। ମନ୍ଦିରରେ ଥିବା ଫାଟକୁ ତୁରନ୍ତ ମରାମତି ପାଇଁ ଭକ୍ତମାନେ ଦାବି କରିଛନ୍ତି।ଶ୍ରୀମନ୍ଦିର ଉତ୍ତର ଦ୍ବାର ଅର୍ଥାତ ହସ୍ତି ଦ୍ବାର ଗୁମୁଟରେ ଫାଟ । ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ପଥର ସନ୍ଧିରୁ ଖସୁଛି ଫଡାଫଡା ପଥର ଖଣ୍ଡ । ଗୁମୁଟର ପାଦଦେଶରୁ ପ୍ରାୟ ଦୁଇଫୁଟ ଉଚ୍ଚରେ ସୃଷ୍ଟି ହୋଇଛି ସାଂଘାତିକ ଫାଟ। ଏପରିକି  ଗୋଟିଏ ଟନ୍ ପଥରର ଡିଜାଇନରେ ପ୍ରାୟ ଦେଢ ମିଟର ଲମ୍ବର ଫାଟ ସୃଷ୍ଟି ହୋଇଛି ।ଆଉ ଏଭଳି ଫାଟ ସୃଷ୍ଟି ହୋଇଛି ଯେ ହସ୍ତି ଦ୍ବାର ଗୁମୁଟ ପ୍ରତି ସୃଷ୍ଟି ହୋଇଛି ବିପଦ । ଏଣୁ ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଏହା ଭୁଷୁଡି ଯିବା ଆଶଙ୍କାର ରହିଛି। ତେବେ ଗୁମୁଟର ପାଦଦେଶରେ ଏହି ଗରି ଗୋଟିଏ କି ଦୁଇଟି ନୁହେଁ ଏକାଧିକ ପଥର ଫାଟି ହୁଗୁଳା ଅବସ୍ଥାରେ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!