ଆସନ୍ତା ଫେବୃୟାରୀ ୨୨ରେ ହେବ ଡାବୁଗାଁ ମଣ୍ଡେଇ। ପାରମ୍ପରିକ ବୈଠକ ବେହେରନ୍ ରେ ନିଆଗଲା ନିଷ୍ପତ୍ତି

 

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୪।୨ :ଆସନ୍ତା ଫେବୃୟାରୀ ୨୨ରେ ମାଘ ମଣ୍ଡେଇ ଡାବୁଗାଁ ରେ ଅନୁଷ୍ଠିତ ହେବ । ପାରମ୍ପରିକ ବୈଠକ ବେହେରନ୍ ରେ ନିଆଗଲା ନିଷ୍ପତ୍ତି। ଏମ୍ ଅପା ରାଓ, ଦେବରାଜ ପାତ୍ର, ସତ୍ୟ ରଞ୍ଜନ ପାତ୍ର, ଜୟନ୍ତ କୁମାର ପାତ୍ର, କୈଳାସ ବିଷୟୀ, ବିନୋଦ ସୌରା, ବିଶ୍ଵ ରଞ୍ଜନ ପାତ୍ର, ମିହିର ଶଙ୍କର ପାତ୍ର,ରାମ କୁମାର ଗଣ୍ଡ, ଗୁପ୍ତ ବିଷୟୀ,ଜଗନ୍ନାଥ ଦେଲି ,ରାଜୁ ରେଲି,ମନୁ ରେଲି, ଭୈରବ ରାଓ, ପୂର୍ଣ୍ଣ ପୂଜାରୀ, ପାପନା ରେଲି, ତାରିଣୀ ରେଲି, ଅରୁଣ ହରିଜନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ବିଧିବଦ୍ଧ ଭାବେ ବିନୋଦ ସୌରା ସଭାପତି, ସତ୍ୟ ରଞ୍ଜନ ପାତ୍ର ଉପ ସଭାପତି, ରାମ କୁମାର ଗଣ୍ଡ ସଂପାଦକ, ସୁରେନ୍ଦ୍ର ରେଲି ସହ ସଂପାଦକ ଓ ଆର୍ ଶଙ୍କର ରାଓ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ । ଏହି ବୈଠକରେ,ଉମୁରାହାଣ୍ଡି,ଡାବୁଗାଁ,ଡଙ୍ଗରିଗୁଡା, ଜୟନ୍ତୀ ନଗର ଏବଂ ବୋରିପଦର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!