ଆଶ୍ରମ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳନ

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୪।୨ :ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ଗାଦବା କତରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଶ୍ରମ ବିଦ୍ୟାଳୟ ଗାଦବା କତରା ରେ ବାର୍ଷିକ ଉତ୍ସବ ପାଳନ ରେ ମୁଖ୍ୟ ଅତିଥି ରେ ଜୋନ-୨ ଜିଲ୍ଲା ପରିଷଦ ସଭ୍ୟା ମୁଖ୍ୟ ଅତିଥି ଡକ୍ଟର ଲିପିକା ମାଝୀ , ସମ୍ମାନନୀୟ ଅତିଥି ଭାବରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର, ମୁଖ୍ୟ ବକ୍ତା ପାପଡା ହାଣ୍ଡି ମଂଗଳ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ପରିଡା ଯୋଗଦାନ କରିଥିଲେ। ସମ୍ମାନନୀୟ ମଂଗଳ ସମ୍ପ୍ରସାରଣ ଅଧିକାରୀ ଦେବବ୍ରତ ପରିଡା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ହଷ୍ଟେଲ ରହିବା,ଖାଇବା, ଜୀବନ ଯାପନ ରେ ଶୃଙ୍ଖଳା ସ୍ଥିତି କୁ ଉଛ ପ୍ରଶଂସା କରିଥିଲେ। ବିଦ୍ୟାଳୟ ସମସ୍ୟା ବାବଦରେ ଆଲୋଚନା ସହ ଆସନ୍ତା ଦିନରେ ଅସୁବିଧା ଦୂର କରିବା ପାଇଁ ପଦକ୍ଷେପ ନେବା ଧାରା ରେ ନୂତନ ଗୃହରେ ଶିକ୍ଷା ଦାନ ନିଶ୍ଚିତ ପାଇଁ ଅଵଗତ ର ସମସ୍ତ କ ସହଯୋଗ ରେ ବିଦ୍ୟାଳୟ ପରିଚାଳନା ପାଇଁ ଅନୁରୋଧ ସହ ସହଯୋଗ କାମନା କରିଥିଲେ।ଡକ୍ଟର ଲିପିକା ମାଝୀ କୁନି କୁନି ପିଲାମାନଙ୍କ ଭବିଷ୍ୟତ ଗଠନରେ ପିତା ମାତା ଓ ଅଭିଭାବକ ସହଯୋଗ କାମନା କରିଥିଲେ ।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସଂଗ୍ରାମ ସାଗର,ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସବିତା ମଜୁମଦାର, ସହକାରୀ ଶିକ୍ଷୟିତ୍ରୀ ରିଙ୍କି ସାହୁ, ସହକାରୀ ଶିକ୍ଷକ ଚିତ୍ରସେନ ରାଉତ,ଅସିତ ନାୟକ , ଅତିଥି ଶିକ୍ଷୟତ୍ରୀ ସୁପ୍ରୀତି ନାୟକ ଯୋଗଦାନ ରେ ଛାତ୍ର ଛାତ୍ରୀ ମାନଙ୍କ ପିତା ମାତା ଓ ଅଭିଭାବକ ଯୋଗଦାନ କରିଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ବାର୍ଷିକ ଉତ୍ସବ ପାଳନ ରେ ଛାତ୍ର ଛାତ୍ରୀ ମାନଙ୍କ ଭୂମିକା ବାବଦରେ ଆଲୋଚନା ସହ ବିଦ୍ୟାଳୟ ଏକ ମଣିଷ ତିଆରି କାରଖାନା ରେ ପିଲାମାନଙ୍କୁ ଭଲ ମଣିଷଟିଏ ଗଠନ କରିବାରେ ଶିକ୍ଷକ ର ଆତ୍ମ ସଚେତନତା ଓ ଶିକ୍ଷକ ଅନ୍ତରରେ ଭଲ ମଣିଷଟିଏ ଗଠନ କରିବା ଭାବନା ରେ ଶିକ୍ଷକ ଜୀବନ ସାର୍ଥକ ବାବଦରେ ଆଲୋକ ପାତ କରି ଥିଲେ। ବାର୍ଷିକ ଉତ୍ସବ ରେ ଛାତ୍ର ଛାତ୍ରୀ, ପିତା ମାତା ଓ ଅଭିଭାବକ ଯୋଗଦାନ ରେ ବିଦ୍ୟାଳୟ ପରିବେଶ ଉସଚବ ମୁଖର ହୋଇଥିଲା। ଉପରବେଳା ରେ ବାର୍ଷିକ ଉତ୍ସବ ର ସଂlସ୍କୃତିକ କାର୍ଯ୍ୟକ୍ରମ ରେ ନାଚ ଗୀତରେ ବିଦ୍ୟାଳୟ ପରିବେଶ ଉତ୍ସବ ମୁଖର ହୋଇଥିଲା। ବିଶେଷ ମୂହୁର୍ତ୍ତ ରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ମଞ୍ଚ ପରିଚାଳନା କରି ସମସ୍ତଙ୍କ ମନୋରଞ୍ଜନ ର ଖରାକ ଯୋଗାଇଥିଲେ।ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସବିତା ମଜୁମଦାର ଉପସ୍ଥିତ ଛାତ୍ର ଛାତ୍ରୀ, ପିତା ମାତା ଓ ଅଭିଭାବକ ଓ ଉଚ୍ଚ ପଦସ୍ଥ ଅଧିକାରୀ ସମସ୍ତଙ୍କ ସହଯୋଗ କୁ ପ୍ରଶଂସା କରି ବୈଠକ ସମାପ୍ତ ଘୋଷଣା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!