ରାଞ୍ଚି,୫ା୨:ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଭାଗ୍ୟ ପରୀକ୍ଷା। ନିକଟରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଚମ୍ପାଇ ଆଜି ଆସ୍ଥା ଭୋଟ ବା ଫ୍ଲୋର୍ ଟେଷ୍ଟର ସମ୍ମୁଖୀନ କରିବେ। ଏଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ସାମ୍ନାରେ ବିଧାନସଭାରେ ବହୁମତ ପ୍ରମାଣ କରିବା ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି । ଏହି ଫ୍ଲୋର ଟେଷ୍ଟ ଝାଡ଼ଖଣ୍ଡ ସରକାରଙ୍କ ଭବିଷ୍ୟତ ନିଶ୍ଚିତ କରିବା । ଏହି ଫ୍ଲୋର ଟେଷ୍ଟରେ ସାମିଲ ହେବା ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍)ଏବଂ ମେଣ୍ଟର ସହଯୋଗୀ ଦଳର ପ୍ରାୟ ୪୦ ଜଣ ବିଧାୟକ ହାଇଦ୍ରାବାଦରୁ ରାଞ୍ଚି ଫେରିଛନ୍ତି । ଏହା ପୂର୍ବରୁ ସମସ୍ତ ବିଧାୟକଙ୍କୁ ହରଇଦ୍ରାବାଦର ଏକ ରିସର୍ଟରେ ରଖାଯାଇଥିଲା । ତେବେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ଫ୍ଲୋର ଟେଷ୍ଟରେ ସାମିଲ ହେବା ନେଇ ସମ୍ଭାବନା ରହିଛି ।ଥିପାଇଁ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ବହୁମତର ପ୍ରମାଣ ଦେବା ପରେ ଝାଡଖଣ୍ଡରେ ସରକାର ଗଢିବେ ଚମ୍ପାଇ।ଏଥିପାଇଁ ହାଇଦ୍ରାବାଦରେ ଥିବା JMM ଓ ମେଣ୍ଟ ଦଳର ପ୍ରାୟ ୪୦ ବିଧାୟକ ବିମାନ ଯୋଗେ ରାଞ୍ଚିରେ ପହଞ୍ଚିଛନ୍ତି। ସେପଟେ ଗିରଫ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଆସ୍ଥା ଭୋଟରେ ସାମିଲ ହେବେ। ବିଧାନସଭାରେ ସଦସ୍ୟତା ପଦ ଥିବାରୁ ତାଙ୍କୁ ଜେଲରୁ ଆସି ଆସ୍ଥା ଭୋଟରେ ସାମିଲ ହେବାକୁ ଅନୁମତି ମିଳିଛି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |