ଓଲଟିଲା ‘ଶୁଭମ’ ବସ୍;୧୦ ଆହତ

ଭୁବନେଶ୍ୱର,୫ା୨:  ଭୁବନେଶ୍ୱରରୁ ସମ୍ବଲପୁରକୁ ଯାଉଥିବା ଶିଭମ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗସ୍ତ l ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବସ୍‌। ଦୁର୍ଘଟଣାରେ ୧୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ନୂଆପଡ଼ା ଛକ ବୁଲାଣୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି  l ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତି l  55 ନମ୍ବର ଜାତୀୟ ରାଜପଥ ଚାରିମାଲ ଥାନା ଅନ୍ତର୍ଗତ ନୂଆପଡା ଠାରେ ଦୁର୍ଘଟଣା l ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ଆଗ୍ନିଶମ ବିଭାଗ ପହଂଚି ଆହତଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନା ରେ ଭର୍ତି କଲେ lଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି l ବସରେ 50 ଜଣ ଯାତ୍ରୀ ଥିବାବେଳେ 8 ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ 2 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!