ନବରଙ୍ଗପୁର(ମିହିର ଶଙ୍କର ପାତ୍ର), ୫।୨:ପାପଡା ହାଣ୍ଡି ବ୍ଳକ ଅନ୍ତର୍ଗତ ମୈଦଲ ପୁର ଗ୍ରାମ ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ ମୈଦଲ ପୁର ରେ ତିନି ଦିବସୀୟ ବିଦ୍ୟାଳୟ ସ୍ତରୀୟ ମୂଲ୍ୟାୟନ ର ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟ୍ରେନିଂ ର ସୁପରିଚାଳନା ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦର୍ଶନ ନାୟକ ଓ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ଦାୟିତ୍ଵ ରେ ଥିଲେ । ଧରଣୀ କର୍ମଲା , ରାଜେନ୍ଦ୍ର ପଣ୍ଡା, ସୁମିତ୍ରା ମହାରଣା, ସନିଆ ସୁନାନି ସାଧନ କର୍ମୀ ଭାବରେ ଶିକ୍ଷା ଦାନ କାର୍ଯ୍ୟକ୍ରମ ଉପସ୍ଥାପନନା କରିଥିଲେ। ଆଂଚଳିକ ସାଧନ କେନ୍ଦ୍ର ନରହରି ମାଝୀ ସହଯୋଗ କରୁଥିଲେ ।ତିନି ଦିନିଆ କାର୍ଯ୍ୟକାରିଣୀ ଦଳ ଗଠନରେ ବିବରଣୀ ପଠନ, ଦିବସ ଶିକ୍ଷା ଦାନ ରେ ଉପସ୍ଥାପନା , ପ୍ରାଚୀର ପତ୍ର, ମୁଖ୍ୟାଂଶ ପଠନ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଅଂଶ ଗ୍ରହଣ ଦମଦାର ଥିଲା । ତିନି ଦିନିଆ ବ୍ଳକ ସ୍ତରୀୟ ବିଦ୍ୟାଳୟ ଭିତ୍ତିକ ମାନ ନିର୍ଦ୍ଧାରଣ ତାଲିମ ଶିବିର ରେ ତାଲିମ ଶିବିର ତତ୍ବାବଧାରକ ଵାଵୁଲାଲ ହରିଜନ ସମସ୍ତଙ୍କ ସହଯୋଗ ଓ ଅଂଶ ଗ୍ରହଣ କାର୍ଯ୍ୟ କୁ ଉଚ୍ଚ ପ୍ରଶଂସା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ତାଲିମ ଶିବିର କୁ ସମାପ୍ତ ଘୋଷଣା କରିଥିଲେ।ରି
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |