ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୬ା୨: ଆତଙ୍କବାଦୀଙ୍କ ଆକ୍ରମଣରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଏବେ ନିଜ ଜାଲରେ ନିଜେ ପଡ଼ିଛି । ପୂର୍ବରୁ ଭାରତରେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାକିସ୍ତାନର ସମ୍ପୃକ୍ତି ରହିଥିବା ପ୍ରମାଣ ମିଳିସାରିଛି । ତେବେ ଏହା ମଧ୍ୟରେ ପାକିସ୍ତାନରେ ଏକ ବଡ଼ଧରଣର ଆତଙ୍କବାଦ ଆକ୍ରମଣରେ ୧୦ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି ।ଆସନ୍ତା ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବାବେଳେ ତା’ ପୂର୍ବରୁ ଏହି କାଣ୍ଡ ଘଟିଥିବା ଜଣାପଡ଼ିଛି । ଖୈବର ପଖତୁନକ୍ୱା ପ୍ରଦେଶରେ ସକାଳ ସମୟରେ ଗ୍ରେନେଡ୍ ମାଡ଼ରେ ଏହି ସମସ୍ତ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିଲା । ଆତଙ୍କବାଦୀମାନେ ଚାରିପଟୁ ଥାନାକୁ ଘେରି ଗ୍ରେନେଡ୍ ବିଛାଇଥିଲେ । ଏହାପରେ ଗୁଳିମାଡ଼ କରିଥିଲେ । ତେବେ ପୋଲିସ ପକ୍ଷରୁ ଏହାର ଜବାବ ଦିଆଯାଇଥିଲା ଓ ପାଖାପାଖି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଚାଲିଥିଲା । ତେବେ ସମସ୍ତ ଆତଙ୍କବାଦୀ ଖସିଯିବାରେ ସଫଳ ହୋଇଥିଲେ । ଡ୍ୟୁଟି ଅବସ୍ଥାରେ ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଙ୍କ ପ୍ରାଣବଳୀ ପରେ ଏବେ ସେମାନଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!