ନୂଆଦିଲ୍ଲୀ,୧୩।୨: ଭାରତର ସବୁଠାରୁ ବୟସ୍କ କ୍ରିକେଟର ଭାବେ ପରିଚିତ ଦତ୍ତାଜୀରାଓ ଗାୟକୱାଡଙ୍କ ପରଲୋକ ଘଟିଛି । ଶ୍ରୀ ଗାୟକୱାଡ ୯୫ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ଭାରତୀୟ ଦଳର ଅଧିନାୟକ ପଦ ସମ୍ଭାଳିବା ସହ ସବୁଠାରୁ ବୟସ୍କ ଟେଷ୍ଟ କ୍ରିକେଟର ଭାବେ ପରିଗଣିତ ହେଉଥିଲେ । ବୟସାଧିକ୍ୟ ବୀମାରୀ କାରଣରୁ ତାଙ୍କର ବିୟୋଗ ଘଟିଥିବା କୁହାଯାଉଛି । ପୂର୍ବତନ ଭାରତୀୟ ଅଧିନାୟକ ତଥା ଦେଶର ସବୁଠୁ ବୟୋଜ୍ୟେଷ୍ଠ କ୍ରିକେଟର ଦତ୍ତାଜିରାଓ ଗାଇକ୍ୱାଡ ଦୁନିଆରୁ ବିଦାୟ ଦେଇଛନ୍ତି। ବୟସ ସମ୍ବନ୍ଧୀୟ ରୋଗ ହେତୁ ମଙ୍ଗଳବାର ତାଙ୍କର ଦେହାନ୍ତ ହୋଇଛି। ଦତ୍ତାଜିରାଓ ଗାଏକ୍ୱାଡ ୧୯୫୨ରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ୧୯୬୧ରେ ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ହୋଇଥିଲା। ସେ ପୂର୍ବତନ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ ତଥା ଜାତୀୟ କୋଚ ଅଂଶୁମାନ ଗାଇକ୍ୱାଡଙ୍କ ପିତା ଥିଲେ। ୯୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ।ଦତ୍ତାଜୀରାଓ ଭାରତର ପୂର୍ବତନ ବୋଲର ଓ ରାଷ୍ଟ୍ରୀୟ କୋଚ ଅଂଶୁମାନ ଗାୟକୱାଡଙ୍କର ପିତା ଥିଲେ । ଦତ୍ତାଜୀରାଓଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କ୍ରୀଡ଼ା ଜଗତ ସହ ପରିଚିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ଦତ୍ତାଜୀରାଓ ଗୁଜରାଟର ବଦୋଦରାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି । ସେ ଗତ ୧୨ ଦିନ ହେଲା ବଦୋଦରାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।ସେ ୧୯୫୨ ଓ ୧୯୬୧ ମସିହା ମଧ୍ୟରେ ଭାରତ ପାଇଁ ୧୧ଟି ଟେଷ୍ଟ ମ୍ୟାଚ ଖେଳିଥିଲେ । ୧୯୫୯ ମସିହାରେ ସେ ଇଂଲଣ୍ଡ ଗସ୍ତ ସମୟରେ ରାଷ୍ଟ୍ରୀୟ ଟିମର ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ୧୯୫୨ରେ ଏହି ଡାହାଣ ହାତୀ ବୋଲର ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଓ ୧୯୬୧ରେ ପାକିସ୍ତାନ ବିପକ୍ଷରେ ଚେନ୍ନାଇରେ କ୍ୟାରିୟରର ଶେଷ ମ୍ୟାଚ ଖେଳିଥିଲେ । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୩୪.୪୦ ଆଭରେଜରେ ୫୭୮୮ ରନ୍ ସଂଗ୍ରହ କରିଥିଲେ । ସେଥିରେ ୧୭ଟି ଶତକ ସାମିଲ ଥିଲା । ୧୯୫୯-୬୦ରେ ମହାରାଷ୍ଟ୍ର ବିପକ୍ଷରେ ସେ ସର୍ବାଧିକ ସ୍କୋର ୨୪୯ ରନ୍ ସଂଗ୍ରହ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |