ଆଜି ପବିତ୍ର ଶ୍ରୀପଞ୍ଚମୀ

ଭୁବନେଶ୍ୱର,୧୪।୨: ଆଜି ପବିତ୍ର ବସନ୍ତ ପଞ୍ଚମୀ ବା ଶ୍ରୀପଞ୍ଚମୀ । ଧରାପୃଷ୍ଠକୁ ଅବତରଣ କରିଛନ୍ତି ବିଦ୍ୟାଦାତ୍ରୀ ମା’ ସରସ୍ୱତୀ । ମାଘ ମାସ ଶୁକ୍ଳ ପଞ୍ଚମୀ ତିଥିରେ ପାଳନ କରାଯାଏ ସରସ୍ୱତୀ ପୂଜା। ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ । ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ ମା’ ସରସ୍ୱତୀ । ମା’ଙ୍କ ଆଗମନକୁ ନେଇ ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ମା’ଙ୍କର ସ୍ୱତନ୍ତ୍ର ପୂଜା ହେଉଛି । ଏଥିପାଇଁ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗହଳି ଚହଳି ଲାଗିଲାଣି ।ଧାର୍ମିକ ବିଶ୍ୱାସ ଅନୁଯାୟୀ କୁହାଯାଏ ଯେ ଏହି ଦିନ ଜ୍ଞାନର ଦେବୀ ମାତା ସରସ୍ୱତୀ ଅବତାର ଗ୍ରହଣ କରିଥିଲେ। ମାତା ସରସ୍ୱତୀ ଶିକ୍ଷା, ସଙ୍ଗୀତ, ଜ୍ଞାନ ଏବଂ କଳାର ଦେବୀ ହୋଇଥିବାରୁ ବିଶେଷ କରି ତାଙ୍କୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଦିନ ବଡ ଧୁମଧାମରେ ପୂଜା କରାଯାଏ ।ଦେବୀ ସରସ୍ୱତୀଙ୍କୁ ବିଦ୍ୟା, ବୁଦ୍ଧି ଏବଂ ସଙ୍ଗୀତର ଦେବୀ କୁହାଯାଏ । ଦେବୀ ସରସ୍ୱତୀଙ୍କ ଆଶୀର୍ବାଦରେ ସମସ୍ତ ସନ୍ଦେହ ଦୂର ହୁଏ ଏବଂ ଦେବୀ ସରସ୍ୱତୀଙ୍କୁ ପୂଜା କରି ଜଣେ ବିବେକ, ବୁଦ୍ଧି ଏବଂ ଜ୍ଞାନ ପ୍ରାପ୍ତ ହୁଏ। ସେଥିପାଇଁ ସରସ୍ୱତୀଙ୍କୁ ଜ୍ଞାନର ଦେବୀ କୁହାଯାଏ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!