କଟକ,୧୪ା୨: କଟକ ଗୋପାଳପୁର ଛକରେ ବୁଧବାର ସନ୍ଧ୍ୟାରେ ଏକ ବସ୍ ଓଲଟି ପଡ଼ିଛି। ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି। ଚନ୍ଦନ ନାମକ ବସ୍ଟି କଟକରୁ ଭୁବନେଶ୍ୱର ଆସୁଥିବା ବେଳେ ଗୋପାଳପୁର ଛକରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍ ‘ଚନ୍ଦନ’ କଟକରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗୋପାଳପୁର ଓଭରବ୍ରିଜ୍ ଅତିକ୍ରମ କରିବା ପରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏନଏଚ୍ ୧୬ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଚନ୍ଦନ ବସ୍ରେ ୪୦ରୁ ଅଧିକ ଲୋକ ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅଧିକାଂଶ ଲୋକ ଆହତ ହୋଇଛନ୍ତି। ଆହତଙ୍କମାନଙ୍କୁ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବସ୍ଟି ଜଣେ ସାଇକେଲ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାଇକେଲ ଆରୋହୀ ହଠାତ୍ ବସ୍ ସାମ୍ନାକୁ ଆସିଯିବାରୁ ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଏହାପରେ ଗୋଟିଏ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଚନ୍ଦନ ବସ୍ ଓଲଟି ପଡ଼ିଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |