ଜୈନ ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ଦେହତ୍ୟାଗ

ଚନ୍ଦ୍ରଗିରି,୧୮।୨ : ପ୍ରଖ୍ୟାତ ଜୈନ ସାଧୁ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ରବିବାର ସକାଳେ ଛତିଶଗଡର ଚନ୍ଦ୍ରଗିରି ତୀର୍ଥରେ ଦେହାନ୍ତ ହୋଇଛି। ସେ ୭୭ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ପ୍ରସିଦ୍ଧ ଜୈନ ସାଧୁ ବା ମୁନି ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜଙ୍କ ପରଲୋକ ଘଟିଛି। ଶନିବାର ବିଳମ୍ବିତ ରାତିରେ ଦେହତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର। ଛତିଶଗଡ଼ର ଡୋଙ୍ଗରଗଡର ଚନ୍ଦ୍ରଗିରିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମୁନି ବିଦ୍ୟାସାଗର। ତିନି ଦିନ ଧରି ଉପବାସରେ ରହି ସମାଧି ନେଇଛନ୍ତି ମୁନି। ଜୈନ ସମାଜର ଏକ ପ୍ରମୁଖ ଧାର୍ମିକ ଗୁରୁ ଥିଲେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ। ସେ ମୃତ୍ୟୁ ପୂର୍ବରୁ ଅସୁସ୍ଥ ଥିଲେ। ତଥାପି ଏକ ବ୍ରତ ପାଳନ କରିଥିଲେ, ଯାହାରୁ ‘ସାଲେଖନା’ ବୋଲି କୁହାଯାଏ।ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ମୋଦି ଏକ୍ସରେ ଏକ ପୋଷ୍ଟରେ ଶୋକ ପ୍ରକାଶ କରିଛନ୍ତି। ସମାଜରେ ତାଙ୍କର ଅବଦାନ ପାଇଁ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଲାଗି ସେ ସବୁବେଳେ ମନେ ରହିବେ।ଡଙ୍ଗରଗଡ଼ ଚନ୍ଦ୍ରଗିରି ତୀର୍ଥରେ ଜୈନ ଧର୍ମର ମହାନ ସନ୍ଥ ଶ୍ରୀ ବିଦ୍ୟାସାଗର ଜୀ ମହାରାଜଙ୍କ ସମାଧି ସମାଜ ଓ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ସେ କହିଛନ୍ତି, ତାଙ୍କ ଜୀବନ ଦୃଢ଼ତା, ଜ୍ଞାନ ଓ ପ୍ରେମର ପ୍ରତୀକ, ଯାହା ସର୍ବଦା ଜନକଲ୍ୟାଣ ଦିଗରେ ଆମକୁ ମାର୍ଗଦର୍ଶନ କରିବ।ବିଦ୍ୟାସାଗର ମହାରାଜ ୧୦ ଅକ୍ଟୋବର ୧୯୪୬ ରେ କର୍ନାଟକର ବେଲଗାମ ଜିଲାର କନ୍ନଡ ଭାଷାଭାଷୀ ଜୈନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଯେଉଁ ଘରେ ଜନ୍ମ ହୋଇଥିଲେ ତାହା ବର୍ତ୍ତମାନ ଏକ ମନ୍ଦିର ଏବଂ ସଂଗ୍ରହାଳୟରେ ପରିଣତ ହୋଇଛି। ତାଙ୍କର ପିଲାଦିନର ନାମ ବିଦ୍ୟାସାଗର ଥିଲା। ୧୯୬୮ ମସିହାରେ, ୨୨ ବର୍ଷ ବୟସରେ, ସେ ଦିଗମ୍ବର ସାଧୁ ଭାବରେ ଜୀବନ ଆରମ୍ଭ କରିଥିଲେ। ତାଙ୍କର ସାନ ଭାଇ ଯୋଗସାଗର ମହାରାଜ ଏବଂ ସମସାଗର ମହାରାଜ ବ୍ରହ୍ମଚର୍ଯ୍ୟ ବ୍ରତ ନେଇଥିଲେ ଏବଂ ପରେ ଭିକ୍ଷୁ ହୋଇଥିଲେ।ସେ ୧୯୭୨ ମସିହାରେ ଆଚାର୍ଯ୍ୟ ଆଖ୍ୟା ପାଇଥିଲେ। ଆଚାର୍ଯ୍ୟ ଲୁଣ, ଚିନି, କ୍ଷୀର, ଘିଅ, ତେଲ ଏବଂ ଖାଦ୍ୟ ସାମଗ୍ରୀ ଖାଉ ନ ଥିଲେ। ଜୈନ ଧର୍ମରେ ପାରମ୍ପାରିକ ଭାବରେ ଆଳୁ ଏବଂ ପିଆଜ ଆଦି ଖାଇବା ନିଷେଧ। ସେ ଦିନରେ ଥରେ ଭୋଜନ କରୁଥିଲେ। ତକିଆ ବିନା ଭୂମିରେ କିମ୍ବା କାଠ ପଟା ଉପରେ ଶୋଉଥିଲେ। ସୂଚନାଯୋଗ୍ୟ ୧୯୯୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଇନ୍ଦୋର ଗସ୍ତ ସମୟରେ ଗୋମାତଗିରିରେ ତାଙ୍କୁ ଭେଟିଥିଲେ।୨୮ ଜୁଲାଇ ୨୦୧୬ ରେ ମଧ୍ୟପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ସ୍ବତନ୍ତ୍ର ନିମନ୍ତ୍ରଣ ପାଇବା ପରେ ଆଚାର୍ଯ୍ୟ ବିଦ୍ୟାସାଗର ମହାରାଜ ରାଜ୍ୟସଭାରେ ପ୍ରବଚନ ଦେଇଥିଲେ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ ମଧ୍ୟ ତାଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ରାଜକୀୟ ଅତିଥି ସମ୍ମାନ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏ ସମ୍ପର୍କରେ ଉତ୍ତରପ୍ରଦେଶ ସରକାର ମଧ୍ୟ ଏକ ପ୍ରୋଟୋକଲ ଜାରି କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!