ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ,ଇତିହାସ ରଚିଲା ଟିମ୍ ଇଣ୍ଡିଆ

ରାଜକୋଟ,୧୮।୨: ରାଜକୋଟ ଟେଷ୍ଟରେ ଭାରତ ୪୩୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ ଏକ ବଡ଼ ରେକର୍ଡ କରିଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଟିମ ଇଣ୍ଡିଆ ୧୮ଟି ଛକା ମାରିଛି। ସେ ଏକ ଇନିଂସରେ ଭାରତୀୟ ଦଳ ଦ୍ୱାରା ସର୍ବାଧିକ ଛକା ମାରିବାରେ ୧୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି।ରାଜକୋଟରେ ରୋହିତ ବାହିନୀର ବଡ ବିଜୟ । ଇଂଲଣ୍ଡ ବିପକ୍ଷ ୩ୟ ଟେଷ୍ଟ ଜିତିଲା ଟିମ୍ ଇଣ୍ଡିଆ । ରବିବାର ଇଂଲଣ୍ଡକୁ ୪୩୪ ରନର ବିଶାଳ ରନ୍ ବ୍ୟବଧାନରେ ହରାଇଛି ମେନ୍ ଇନ୍ ବ୍ଲୁ । ଏଥିସହ ଟେଷ୍ଟ ସିରିଜରେ ଦଳ ୨-୧ରେ ଆଗୁଆ ହେଇଛି ।ରବିବାର ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଯଶ୍ୱସୀ ଜୟସ୍ବାଲ ଦମଦାର ବ୍ୟାଟିଂ କରିବା ସହିତ ନିଜର ଦ୍ୱିଶତକ ଅର୍ଜନ କରିଥିଲେ । ତାଙ୍କ ସହ ଶୁଭମନ୍ ଗିଲ୍ ୯୧ ରନର ଇଂନିସ ଆଉ ସର୍ଫରାଜ ଖାନ୍ ୬୮ ରନର ଇଂନିସ୍ ଖେଳିଥିଲେ । ଏହାପରେ ଦଳ ୪୩୦ ରନ୍ କରି ପାଳି ଘୋଷଣା କରିଦେଇଥିଲା ।ଏହାପରେ କିନ୍ତୁ ବ୍ୟାଟିଂ କରିବାକୁ ଆସିଥିବା ଇଂଲଣ୍ଡ ଟିମ୍ ପ୍ରଥମରୁ ହିଁ ହାତ ଟେକି ଦେଇଥିଲା । ଦଳର କୌଣସି ବି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ବଡ ସ୍କୋର କରିବାକୁ ସକ୍ଷମ ହେଇନଥିବା ବେଳେ, କେବଳ ମାର୍କ ଉଡ୍ ୩୦ରୁ ଅଧିକ ରନ୍ କରିବାକୁ ସକ୍ଷମ ହେଇଥିଲେ । ଆଉ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଇଂଲଣ୍ଡ ଟିମ୍ ମାତ୍ର ୧୨୨ ରନରେ ଅଲଆଉଟ୍ ହେଇଯାଇଥିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!