ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଅଷ୍ଟମ ସମୀକ୍ଷା ବୈଠକ ଅନୁଷ୍ଠିତ

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୧୮।୨:-ପାପଡା ହାଣ୍ଡି ବ୍ଳକ ର ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ଆଂଚଳିକ ସାଧନ କେନ୍ଦ୍ର -ସେମଳା ଅନ୍ତର୍ଗତ ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଭଗତ ଗୁଡା ରେ ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଚନ୍ଦନ,ହଳଦି ଚାଉଳ, ପୁଷ୍ପ ଦ୍ବାରା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ, ପ୍ରଧାନ ଶିକ୍ଷକ ମହାଶୟ କୁ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ହରିଜନ ତରଫରୁ ଏ ମାସର , ଏଜେଣ୍ଡl ଆଧାରରେ ଆଲୋଚନା ହୋଇଥିଲା।ଗୁଗୁଲ ଫର୍ମ, ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଫଳତମ ରୂପରେଖ ପାଇଁ ପରିସ୍ଥିତି ଵାଵଦରେ ଆଲୋଚନା ସହ ପ୍ରଧାନ ଶିକ୍ଷକ ମାନଙ୍କ ର ଅଂଶ ଗ୍ରହଣ ଅତିଵ ଚମତ୍କାର ହୋଇଥିଲା। ମୌଳିକ ସଂଖ୍ୟା ଜ୍ଞାନ ଓ ଭାଷା ସାକ୍ଷରତା କାର୍ଯ୍ୟକ୍ରମ ର ଟ୍ରାକର ମାଧ୍ଯମରେ ପିଲାମାନଙ୍କ ଉନ୍ନତି ସମୀକ୍ଷା, ରାଜ୍ୟ ସ୍ତରୀୟ ଶିକ୍ଷା ସମୀକ୍ଷା ସର୍ଭେ -2024, ସାମଗ୍ରିକ ପ୍ରଗତି ପତ୍ର ମାନ ନିର୍ଦ୍ଧାରଣ,ଗଠନ ମୂଳକ ମାନ ନିର୍ଦ୍ଧାରଣ ମୌଳିକ ସ୍ତର, ପ୍ରସ୍ତୁତି ଓ ମଧ୍ୟମ ସ୍ତର ଵାଵଦରେ ଆଲୋଚନ ହୋଇଥିଲା। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଵାଵୁଲାଲ ହରିଜନ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କ ଆନ୍ତରିକ ଭାବନା ଜାତ ହେଲେ ସମସ୍ତ ବିଦ୍ୟାଳୟ ଏମିତି ହୋଇପାରିବ ଵୋଲି ମତ ପୋଷଣ କରିଥିଲେ। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସମସ୍ତ କୁ ଧନ୍ୟବାଦ ଅର୍ପଣ କରି ଶୋଭା ସମାପ୍ତ ଘୋଷଣା କରିଥିଲେ।ବୈଠକ ଶେଷରେ ସମସ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିବେଶ ରେ ଭ୍ରମଣ କରି ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା କମିଟି ର ସହଯୋଗ ର ବିଦ୍ୟାଳୟ ପରିବେଶ ଉନ୍ନତିକରଣ କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!