ବଢ଼ିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ,୧୮।୨: ଭାଜପା ସଭାପତି ଭାବେ ଜେପି ନଡା କାର୍ଯ୍ୟକାଳ ପୁଣି ବୃଦ୍ଧି କରାଯାଇଛି। ସେ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଦଳର ସଭାପତି ରହିବେ ବୋଲି ଜଣାପଡିଛି। ଜାନୁଆରୀରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିବା ଏହି ନିଷ୍ପତ୍ତି ରବିବାର ଦଳର ଜାତୀୟ ପରିଷଦ ଦ୍ୱାରା ଅନୁମୋଦିତ ହୋଇଛି।
ଦଳର ସଂସଦୀୟ ବୋର୍ଡ ଦ୍ୱାରା ପରବର୍ତ୍ତୀ ଅନୁମୋଦନ ଅନୁଯାୟୀ ଜେପି ନଡା ସ୍ବାଧୀନ ଭାବରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଇଛି।
ଜେପି ନଡା ୨୦୧୯ରେ ଭାଜପା କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ନେଇଥିଲେ। ଯେତେବେଳେ ଦଳର ମୁଖ୍ୟ ଅମିତ ଶାହା କେନ୍ଦ୍ର ମନ୍ତ୍ରୀ ହୋଇଥିଲେ। ନଡା ୨୦୨୦ରେ ପୂର୍ଣ୍ଣକାଳୀନ ପାର୍ଟି ସଭାପତି ଗ୍ରହଣ କରିଥିଲେ।ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ନଡ୍ଡା ଗତ ୨୦୨୦ ମସିହାରେ ଦାୟିତ୍ୱ ନେଇଥିଲେ। ପୂର୍ବରୁ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ସଭାପତି ଥିବା ବେଳେ ୨୦୧୯ରେ ନଡ୍ଡା ବିଜେପିର କାର୍ଯ୍ୟକାରୀ ସଭାପତି ଥିଲେ। ଅମିତ ଶାହ କେନ୍ଦ୍ରମନ୍ତ୍ରୀ ହେବା ପରେ ନଡ୍ଡା ୨୦୨୦ରେ ବିଜେପି ରାଷ୍ଟ୍ରୀୟ ସଭାପତି ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!