ଆଜି ‘ଶ୍ରୀ କଳକୀଧାମ ମନ୍ଦିର’ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,,୧୯।୨: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭଳ ଜିଲ୍ଲା ଗସ୍ତରେ ଆସୁଛନ୍ତି ।  ଏହି ଗସ୍ତ ଅବସରରେ ସେ ଲକ୍ଷ୍ନୌରେ ବିଭିନ୍ନ ପ୍ରକଳ୍ପ ଏବଂ ସମ୍ଭଲରେ କଲକୀ ଧାମ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେବେ । ସମ୍ଭଲରେ ପିଏମ କଲକୀ ଧାମ ମନ୍ଦିର ମଡେଲର ଉନ୍ମୋଚନ କରିବା ପରେ ଏକ ସଭାକୁ ସମ୍ବୋଧିତ କରିାର କର୍ଯ୍ୟକ୍ରମ ରହିଛି ।  ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଠାରେ ଏଚୋଡ଼ା କମ୍ବୋହ ସ୍ଥିତ ଶ୍ରୀ କଳକୀ ଧାମ ମନ୍ଦିରର ଶିଳାନ୍ୟାସ କରାଯିବ । ଏହି ଅବସରରେ ଶ୍ରୀ କଳକୀ ଧାମ ମନ୍ଦିରର ମଡେଲର ଅନାବରଣ କରିବା ସହ ସଭାକୁ ସମ୍ବୋଧିତ କରିବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ସମେତ କଳକୀ ଧାମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ । ଶ୍ରୀ କଳକୀ ଧାମ ନିର୍ମାଣ ଟ୍ରଷ୍ଟ ଦ୍ୱାରା ଶ୍ରୀ କଳକୀ ଧାମର ନିର୍ମାଣ କାର୍ଯ୍ୟ କରାଯାଉଛି । ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ଏହି ଟ୍ରଷ୍ଟର ଅଧ୍ୟକ୍ଷ ଦାୟିତ୍ୱରେ ରହିଛନ୍ତି ।ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବ୍ୟତୀତ ଆହୁରି ଅନେକ ସନ୍ଥ, ଧାର୍ମିକ ନେତା ତଥା ମାନ୍ୟଗଣ୍ୟ ଲୋକ ଉପସ୍ଥିତ ରହିବେ । ତେବେ ଆଜି ଏଠାରେ ମୋଦୀଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିବା ପରେ ପ୍ରାୟ ୧ ଘଣ୍ଟା କାଳ ପର୍ଯ୍ୟନ୍ତ ମୋଦୀ ଧାମ ପରିସରରେ ରହିବେ । ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବ୍ୟତୀତ ଅନେକ ସନ୍ଥ ଏବଂ ମହାତ୍ମାଙ୍କ ସହରାଜନୈତିକ ଦଳ ମଧ୍ୟ ଉପସ୍ଥିତ ରହିବେ ।କଳକୀଧାମକୁ ଦୁନିଆର ସବୁଠାରୁ ଅନନ୍ୟ ମନ୍ଦିର କୁହାଯାଉଛି ଏବଂ ଏହା ପଛରେ ଅନେକ କାରଣ ଅଛି । କଳକୀ ଧାମ ହେଉଛି ପ୍ରଥମ ଧାମ ଯେଉଁଠାରେ ମଗବାନ ବିଷ୍ଣୁଙ୍କ ଅବତାର ପୂର୍ବରୁ ଭଗବାନଙ୍କ ମନ୍ଦିର ପ୍ରତିଷ୍ଠା କରାଯିବ । ଏହି ମନ୍ଦିରରେ ଗୋଟିଏ ନୁହେଁ ୧୦ ଟି ଗର୍ଭଗୃହ ରହିବ । ଭଗବାନ ବିଷ୍ଣୁଙ୍କ ୧୦ ଅବତାରକୁ ୧୦ ଟି ଭିନ୍ନ ଗର୍ଭଗୃହରେ ପ୍ରତିଷ୍ଠା କରାଯିବ । ସୋମନାଥ ମନ୍ଦିର ଏବଂ ଅଯୋଧ୍ୟା ରାମ ମନ୍ଦିର ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ସେହି ଗୋଲାପୀ ରଙ୍ଗର ପଥରରେ ହିଁ ନିର୍ମାଣ କରାଯାଉଛି । ସେହିପରି ଏହି ମନ୍ଦିରରେ ଇସ୍ପାତ କିମ୍ବା ଲୁହା ମଧ୍ୟ ବ୍ୟବହାର ହେବ ନାହିଁ । ଏହି ମନ୍ଦିର ପ୍ରାୟ ୫ ଏକର ଜମିରେ ନିର୍ମାଣ ହେବ ଏବଂ ଏଥିପାଇଁ ପ୍ରାୟ ୫ ବର୍ଷ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!