ଜୁଆ ଆଡ୍ଡା ଉପରେ ଚଢ଼ାଉ,ମହିଳା ଥାନା ଆଇଆଇସିଙ୍କୁ ଆକ୍ରମଣ

ଜଳେଶ୍ୱର,,୧୯।୨: ଜଳେଶ୍ୱରରେ ମହିଳା ଥାନା ଆଇଆଇସିଙ୍କ ଉପରେ ଆକ୍ରମଣ । ଜୁଆ ଖେଳ ବନ୍ଦ କରିବାକୁ କହିବାରୁ ଆକ୍ରମଣର ଶିକାର ହୋଇଥିଲେ । ତେବେ ଏହି ଆକ୍ରମଣ ପଛରେ ନିଶା ମାଫିଆଙ୍କ ହାତ ରହିଥିବା ନେଇ ଚର୍ଚ୍ଚା ହେଉଛି ।ରାତିରେ ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ଦୋକାନ ଘରେ ବନ୍ଦ କରି ନିର୍ଯାତନା ଅଭିଯୋଗ। ଜୋର ଜବରଦସ୍ତ ମହିଳା ଥାନାଧିକାରୀଙ୍କୁ ଦୋକାନ ଘର ଭିତରେ ଅଟକ ରଖିବା ସହ, ପୋଲିସ ଗାଡ଼ିର ଡ୍ରାଇଭରଙ୍କୁ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ସାହାବାଜିପୁର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ଗାଁରେ| ରବିବାର ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀ ଚମ୍ପାବତି ସୋରେନ୍ କର୍ମଚାରୀଙ୍କ ସହ ରାତି ପାଟ୍ରୋଲିଂରେ ବାହାରିଥିଲେ ।  ଗତରାତି ପ୍ରାୟ ୧୦ଟା ବେଳେ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପାଟ୍ରୋଲିଂରେ ବାହାରିଥିଲେ। ଉଦୟପୁର ଗାଁର ଏକ ଦୋକାନ ଖୋଲା ଥିବାରୁ ଜୁଆ ଖେଳ ଚାଲିଥିବା ସନ୍ଦେହରେ ତାକୁ ବନ୍ଦ କରିବାକୁ କହିଥିଲେ ସେ। ଏହି ସମୟରେ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜୋରଜବରଦସ୍ତ ଦୋକାନ ଘରେ ଭର୍ତ୍ତି କରିଦେଇଥିଲେ। ଥାନାର ଗାଡ଼ି ଚାଳକ ସୁଧାଂଶୁ ମହାନ୍ତି ଏହାକୁ ବିରୋଧ କରିବାରୁ, ସେମାନେ ତାଙ୍କୁ ମଧ୍ୟ ମାଡ଼ ମାରି ଲହୁଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଜଳେଶ୍ବର ଏସ୍‌ଡିପିଓ ଦିଲ୍ଲୀପ କୁମାର ସାହୁ, ତାଳସାରୀ ସାମୁଦ୍ରିକ ଥାନାର ଅନ୍ୟ କର୍ମଚାରୀଙ୍କ ସହ ଭୋଗରାଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଥାନା ଆଇଆଇସିଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ ।  ତେବେ ଏହି ଆକ୍ରମଣ ପଛରେ ଥିବା ୧୦ରୁ ଅଧିକ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!