ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ନବୀନ ନିବାସ ଘେରିବ ଯୁବ କଂଗ୍ରେସ

ଭୁବନେଶ୍ୱର,୧ା୩:ଆଜି ନବୀନ ନିବାସ ଘେରିବ ଯୁବ କଂଗ୍ରେସ। ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ଦଳ। ଦୀର୍ଘ ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବଢି ଚାଲିଛି। ଏବଂ ରାଜ୍ୟ ସରକାର ଯୁବକମାନଙ୍କ ସହ ପ୍ରତାରଣା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଯୁବକମାନଙ୍କୁ ସ୍ୱୟମ ଯୋଜନାରେ ୧ ଲକ୍ଷ ଟଙ୍କା ଋଣ ଦେଉଛନ୍ତି। କିନ୍ତୁ ଯୁବକମାନଙ୍କୁ ଚାକିରୀ ଦରକାର, ଋଣ ଦରକାର ନୁହେଁ ବୋଲି କହିଛନ୍ତି ଯୁବ କଂଗ୍ରେସ ସଭାପତି। ତେବେ ଏ ନେଇ ବିଜେଡି କି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଆଗକୁ ନିର୍ବାଚନ ଥିବାରୁ ଏବେ ସକ୍ରିୟ ହୋଇପଡ଼ିଛି କଂଗ୍ରେସ। କିଛି ଦିନ ପୂର୍ବେ ରାଜଧାନୀରେ ମହିଳା ସମାବେଶ କରି ସରକାରଙ୍କୁ ଟାର୍ଗେଟ କରିଥିବାବେଳେ ଗତ ଫେବ୍ରୁଆରୀ ୨୬ରେ ଲୋକସେବା ଭବନ ଘେରାଉ କରିଥିଲା କଂଗ୍ରେସ।ସେହିଭଳି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜୁ ଯୁବ ବାହିନୀ ନିର୍ମାଣ କରିଥିଲେ। ଏବେ ସେହି ବାହିନୀ କେଉଁଠାରେ ବୋଲି ମଧ୍ୟ ପ୍ରଶ୍ନ କରିଛି କଂଗ୍ରେସ। କେବଳ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଯୁବକମାନଙ୍କୁ ସ୍ୱୟମ ଯୋଜନାରେ ୧ ଲକ୍ଷ ଟଙ୍କା ଋଣ ଦେଉଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!