ଭୁବନେଶ୍ୱର,୧ା୩: ବରମୁଣ୍ଡା ବସଷ୍ଟାଣ୍ଡକୁ ନୂଆ ରୂପ ଦେଇଛନ୍ତି ରାଜ୍ୟ ସରକାର । ଏହି ବସଷ୍ଟାଣ୍ଡଟି ନୂଆ ରୂପ ନେବା ସହ ନୂଆ ନାମ ମଧ୍ୟ ପାଇଛି । ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ ପ୍ରବକ୍ତା ଡାକ୍ତର ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ନାମିତ ହୋଇଛି ଭୁବନେଶ୍ୱର ବରମୁଣ୍ଡାର ବସ୍ ଷ୍ଟାଣ୍ଡ । ତେବେ ଏନେଇ ଅନେକ ଦିନରୁ କାର୍ଯ୍ୟ ଜାରି ରହିଥିଲା । ନିର୍ମାଣ କାର୍ଯ୍ୟ ସମାପ୍ତି ପରେ ଆଜି ସଂଧ୍ୟାରେ ଏହି ବସଷ୍ଟାଣ୍ଡର ଉଦଘାଟନ କରାଯିବ ।ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ବରମୁଣ୍ଡାଠାରେ ପ୍ରାୟ ୨୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସ୍ ଷ୍ଟାଣ୍ଡରେ ଏୟାରପୋର୍ଟ ଭଳି ସୁବିଧା ସୁଯୋଗ ରହିଛି। ଯାତ୍ରୀଙ୍କ ରହଣି ପାଇଁ ବିଶ୍ରାମସ୍ଥାନ, ଲିଫ୍ଟ, ଏସ୍କାଲେଟର, ଏଟିଏମ୍ ସେବା, ପୋଲିସ ଆଉଟ୍ପୋଷ୍ଟ, ଫୁଡ୍କୋଟ, ଲଗେଜ୍ସ୍କାନର, ଶୌଚାଳୟ ସମେତ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି।ବସ୍ ଚଳାଚଳ ସୁବିଧାକୁ ଦୃଷ୍ଟିରେ ରଖି ରେଡିଓ ଫ୍ରିକ୍ୱେନ୍ସି ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି। ଏଥିପାଇଁ ମଧ୍ୟ ଟ୍ରାଏଲ୍ ରନ୍ ହୋଇସାରିଛି। ବସ୍ ଟର୍ମିନାଲ୍ ଭିତରେ ମିଶନଶକ୍ତି କାଫେ, ମିଲେଟ୍ଶକ୍ତି କାଫେ ଓ ଆହାରକେନ୍ଦ୍ର ହୋଇଛି।ଉଦଘାଟନ ପୂର୍ବରୁ ଆମ ପ୍ରତିନିଧି ସେଠାରେ ପହଞ୍ଚି ବାବାସାହେବ ଭୀମ ରାଓ ଆମ୍ବେଦକର ବସ୍ ଟର୍ମିନାଲର ସମଗ୍ର ଦୃଶ୍ୟ କ୍ୟାମେରାରେ କଏଦ କରିବା ସହ ଲୋକେ କିପରି ସୁବିଧା ପାଇବେ ଏବଂ ବସଷ୍ଟାଣ୍ଡ ବିଷୟରେ ଆଲୋଚନା କରିଛନ୍ତି । ଏହି ଭିଡିଓରେ ବସର ରହଣୀ କେନ୍ଦ୍ର, ଯାତ୍ରୀମାନେ କିପରି ଟିକେଟ କରିସାରି ବସରେ ଚଢିବେ ସେହି ବିଷୟରେ ଭିଡିଓରେ ଦେଖାଯାଇଛି । ଏହି ବସଷ୍ଟାଣ୍ଡରେ ଅତ୍ୟାଧୁନିକ ସିଷ୍ଟମ କରାଯାଇଛି । ଯେତେବେଳେ ବସଟି ଷ୍ଟାଣ୍ଡରେ ରହିବ ସେଠାରେ ବସର ନମ୍ବର ଏବଂ ବସର ଯିବା ସମୟ ସହ ବସଟି କେଉଁ କେଉଁ ସ୍ଥାନକୁ ଯିବ ତାହା ଏକ ଡିସପ୍ଲେ ମାଧ୍ୟମରେ ଦୃଶ୍ୟମାନ ହେବ । ଯେଉଁଥିରେ ବସରେ ଯାତ୍ରା କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେବେନାହିଁ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |