ଭୁବନେଶ୍ୱର,୨ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷ ଦିନ। ଆଜି ସମ୍ବଲପୁରରେ ରାଷ୍ଟ୍ରପତିଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରୁ ବାୟୁସେନା ହେଲିକପ୍ଟରରେ ଯାଇ ସମ୍ବଲପୁର ରେଢାଖୋଲ କଦଳିଗଡସ୍ଥିତ ହାଇସ୍କୁଲ ପଡିଆରେ ଓହ୍ଲାଇବେ ରାଷ୍ଟ୍ରପତି।ଏହା ପରେ ସନ୍ଥ କବି ଭୀମଭୋଇ ଆବିର୍ଭାବ ପୀଠକୁ ଗସ୍ତ କରିବେ। ସେଠାରେ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ଧ୍ୱନି ମଣ୍ଡପ ଓ ସନ୍ଥ କବି ଭୀମଭୋଇ ଆଶ୍ରମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ସମ୍ବଲପୁରରେ ରାଷ୍ଟ୍ରପତି ଆହୁରି ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ।ସକାଳ ୧୦ଟାରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ରେଢ଼ାଖୋଲ ଯିବେ ରାଷ୍ଟ୍ରପତି । ପୂର୍ବାହ୍ନ ୧୧ଟା ୫ରେ ରେଢାଖୋଲର କଦଳୀଗଡ଼ାରେ କାର୍ଯ୍ୟକ୍ରମ ରହିଛି । ସେଠାରୁ ବାହାରି ମୁଧୁପୁର ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଆବିର୍ଭାବ ପୀଠ ମଧୁପୁର ଯିବେ । ଯେଉଁଠାରେ ସନ୍ଥକବିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପରେ, ଚଉଷଠି ସିଦ୍ଧ ଆଶ୍ରମ ଯାଇ ସେଠାରେ ଧ୍ୱନି ମଣ୍ଡପ ଦର୍ଶନ କରିବେ ମହାମହିମ । ପରେ ସନ୍ଥକବିଙ୍କ ଜ୍ଞାନପ୍ରାପ୍ତି ପୀଠ କନ୍ଧରା ଓ ପରେ ବାଲ୍ୟକାଳ କଟିଥିବା କାଙ୍କଡପଡା ଯିବେ ରାଷ୍ଟ୍ରପତି । ଦିନ ୧୧ଟା ୩୦ରୁ ୧୧ଟା ୫୦ ଯାଏଁ ରାଷ୍ଟ୍ରପତିଙ୍କ ମଧୁପୁରରେ କାର୍ଯ୍ୟକ୍ରମ ରହିଛି । ପରେ କନ୍ଧରାରେ ୧୨ଟା ୫ରୁ ୧୨ଟା ୨୫ ଯାଏଁ କାର୍ଯ୍ୟକ୍ରମ ରହିଛି । ସେଠାରୁ ରାଷ୍ଟ୍ରପତି କାଙ୍କଣପଡା ଆଶ୍ରମ ଯିବେ । ପରେ ରେଢାଖୋଲ ମିନି ଷ୍ଟାଡିୟମରେ ମହିମା ଭକ୍ତ ଓ ସାଧାରଣ ଜତନାଙ୍କୁ ଉଦବୋଧନ ଦେବେ ରାଷ୍ଟ୍ରପତି । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରେଢାଖୋଲ ଓ କଦଳୀଗଡ଼ାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଅପରାହ୍ନ ୫ଟା ୧୫ରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯିବେ ମହାମହିମ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |