ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,୨।୩:-ବନ୍ଦ ହେବାକୁ ବସିଲାଣି ମଣ୍ଡି ପଞ୍ଜୀକରଣ ପରେ ବି ଧାନ ବିକ୍ରୟ କରି ପାରି ନାହାନ୍ତି ୪ ଲକ୍ଷ ୪୫ ହଜାର ୮୯୦ ଚାଷୀ। ଏଭଳି କିଛି ଅଭାବନୀୟ ଘଟଣା ଡାବୁଗାଁ ଆଞ୍ଚଳରେ ମଧ୍ୟ ଦେଖୁବାକୁ ମିଳିଛି। ପୂର୍ବତନ ଲ୍ୟାମ୍ସ କର୍ମଚାରୀ ନୂତନ ଏମଡି ଭାବରେ ହରିବନ୍ଧୁ ମିର୍ଗାନ ଦାୟିତ୍ୱ ଗ୍ରହଣ କରିବା ପରେ ସବୁ ଗଡ ବଡ ହେଉଛି, ଲ୍ୟାମ୍ସ ରେ ସଠିକ ଭାବରେ ଚାଷୀଙ୍କ ପଞ୍ଜିକରଣ ହୋଇ ପାରିନାହିଁ, ଯେଉଁ ମାନଙ୍କ ହୋଇଛି ଆଜି ପର୍ଯ୍ୟନ୍ତ ଟିକେନ ଆସିଲା ନାଇଁ। ଚାଷୀଙ୍କ ପାଇଁ ଆସିଥିବା ଖତ ଷ୍ଟକ ନାହିଁ, ବର୍ତ୍ତମାନ ପ୍ରଶ୍ନ ଉଠୁଛି ଗଲା ବକୁଆଡେ??? ଚାଷ ଋଣ ପାଇଁ ଆବେଦବ କରି ବର୍ଷେ ହେବାକୁ ବସିଲାଣି ସମସ୍ତ କାଗଜ ପାତ୍ର ଠିକ ଥାଇ ମଧ୍ୟ ଆଜି ପାର୍ଯ୍ୟନ୍ତ ଋଣ ପାଇ ନାହାନ୍ତି ଚାଷି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାର ଧାନ ବାହାର ରାଜ୍ୟକୁ ଚାଲିଯାଇଥିବାରୁ ମଣ୍ଡି ଆସିନଥିବା ଚାଷୀଙ୍କ ସଂଖ୍ୟା ଗତବର୍ଷମାନଙ୍କ ଠାରୁ ବଢିଥିବା କୁହାଯାଉଛି। ଚଳିତ ଖରିଫରେ ଓଡ଼ିଶାରେ ଅଣ ଜଳସେଚିତ ଅଞ୍ଚଳରେ ୧ ଏକର ହିସାବରେ ସର୍ବାଧିକ ୧୩ ଏବଂ ଜଳସେଚିତ ଅଞ୍ଚଳରେ ୧୯ କ୍ବିଣ୍ଟାଲ୍ ଧାନ ବିକ୍ରି ହୋଇଥିଲା। ଅନ୍ୟଦିଗରେ ଛତିଶଗଡ଼ରେ ୧ ଏକର ହିସାବରେ ୨୧ କ୍ବିଣ୍ଟାଲ୍ ଏବଂ କ୍ବିଣ୍ଟାଲ୍ ପ୍ରତି ୩୧୦୦ ଟଙ୍କାରେ ବିକ୍ରି ହୋଇଥିଲା ଧାନ। ସେଥିରେ ପୁଣି ଛତିଶଗଡ଼ରେ ଲକ୍ଷ୍ୟ ଅନୁସାରେ ଉତ୍ପାଦନ ହୋଇନଥିବାରୁ ଅଧିକାଂଶ ଛତିଶଗଡ଼ ବ୍ୟବସାୟୀମାନେ ଓଡ଼ିଶା-ଛତିଶଗଡ଼ର ସୀମାବର୍ତ୍ତୀ ଅଞ୍ଚଳ ଖାସ କରି ନବରଙ୍ଗପୁର ଜିଲ୍ଲା ରେ ଯାଇ ଧାନ କିଣିଥିଲେ। କେବଳ ଏହି ଜିଲ୍ଲା ନୁହେଁ ରାଜ୍ୟର ସବୁ ଜିଲ୍ଲାର ଧାନ ଏହି ସୀମାବର୍ତ୍ତୀ ଜିଲ୍ଲା ଜରିଆରେ ଛତିଶଗଡ଼ ଯାଇଥିବା କୁହାଯାଉଛି।ଛତିଶଗଡ଼ରେ ଚାଷୀଙ୍କୁ ବୋନସ ଦିଆଯାଉଥିବାରୁ ସେମାନେ ଅଧିକ ପ୍ରାପ୍ୟ ପାଆନ୍ତି। ଓଡ଼ିଶା ଚାଷୀଙ୍କୁ ବୋନସ ତ ମିଳେ ନାହିଁ ବରଂ ଚଳିତ ବର୍ଷ କ୍ବିଣ୍ଟାଲ୍ ପିଛା ମଧ୍ୟ ୨ରୁ୩ କେଜି ଧାନ କାଟି ଦିଆଯାଇଥିଲା। ନିର୍ବାଚନ ବର୍ଷ ହୋଇଥିବାରୁ ପୂର୍ବବର୍ଷ ଭଳି ସ୍ଥିତି ଗୁରୁତର ନଥିଲା କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ ସହଜ ମଧ୍ୟ ନଥିଲା।ନବରଙ୍ଗପୁରର ୨୨ ହଜାର ୧୨୭ ପଞ୍ଜୀକୃତ ଚାଷୀ ଧାନ ବିକ୍ରି କରି ନାହାନ୍ତି।ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୩ ମସିହାର ଖରିଫ ଧାନ ସଂଗ୍ରହ ପାଇଁ ୧୭ ଲକ୍ଷ ୩୫ ହଜାର ୧୭୯ ଚାଷୀ ପଞ୍ଜୀକୃତ ହୋଇଥିଲେ। ବର୍ତମାନ ପର୍ଯ୍ୟନ୍ତ ୨୫୯୭ ପେକ୍ସରୁ ୧୨ଲକ୍ଷ ୮୯ ହଜାର ୨୮୯ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |