ଭୁବନେଶ୍ୱର,୨।୩: ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ନିମାପଡ଼ାରେ କଂଗ୍ରେସ ଅଫିସରେ ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିଛନ୍ତି। ଦୁର୍ବୃତ୍ତମାନେ ଗେଟ୍ ସାମ୍ନାରେ ମଦ ବୋତଲ ଭାଙ୍ଗିବା ସହିତ ସିଦ୍ଧାର୍ଥ ରାଉତରାୟଙ୍କ ବ୍ୟାନର ଚିରିଥିବା ଅଭିଯୋଗ ହୋଇଛି।ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ତଥା କଂଗ୍ରେସ ନେତା ସିଦ୍ଧାର୍ଥ ରାଉତରାୟଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ଏହାସହ ଅଫିସକୁ ଠେଲାପଥରମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ଗେଟ ସାମ୍ନାରେ ମଦ ବୋତଲ ଭାଙ୍ଗିବା ସହିତ ସିଦ୍ଧାର୍ଥ ରାଉତରାୟଙ୍କ ବ୍ୟାନର ଚିରିଥିବା ଅଭିଯୋଗ ହୋଇଛି।ଦ୍ଧାର୍ଥ ରାଉତରାୟ ନିମାପଡ଼ାରେ କଂଗ୍ରେସ ଅଫିସ କରିଛନ୍ତି। ସେ ପ୍ରତିଦିନ ଏଠାକୁ ଆସି ଲୋକଙ୍କୁ ଭେଟିବା ସହ ଆଲୋଚନା କରିଥାନ୍ତି। ଗତକାଲି କିଛି ଦୁର୍ବୃତ୍ତ ଅଫିସ ଭିତରେ ପଶି ଭଙ୍ଗାରୁଜା କରିବା ସହ ସିଦ୍ଧାର୍ଥଙ୍କ ନାଁରେ ଲାଗିଥିବା ବ୍ୟାନରକୁ ଚିରି ଦେଇଥିଲେ। ଏହାସହ ଗେଟ୍ ସମ୍ମୁଖରେ ମଦ ବୋତଲ ଭାଙ୍ଗି ପଳାଇଥିଲେ। ଏ ନେଇ ସିଦ୍ଧାର୍ଥ ରାଉତରାୟ କହିଛନ୍ତି, କିଏ ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି ଆମେ ଜାଣିନାହୁଁ। ମୁଁ ଭାବୁଛି ବିଜେଡି ଏପରି କରିଥାଇପାରେ। ସେମାନେ ବହୁବର୍ଷ ଶାସନ କଲେଣି, ତାଙ୍କର ଏଥିପାଇଁ କାହାକୁ ଭୟ ନାହିଁ। ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |