ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜତ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କ ପାରିଶ୍ରମିକ ବୃଦ୍ଧି

ଭୁବନେଶ୍ବର,୨।୩ : ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ (PHIEV)  ମାନଙ୍କୁ ନିୟୋଜିତ କରାଯାଇଥିଲା । ବର୍ତ୍ତମାନ ଏହି ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କୁ ମାସିକ ୫୩୭୯ ଟଙ୍କା ପାରିତୋଷିକ ଭାବରେ ଦିଆଯାଉଥିଲା।୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କ ବିଭିନ୍ନ ଦାବୀକୁ ସହୃଦୟତାର ସହ ବିଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାରିତୋଷିକକୁ ମାସିକ ୫୩୭୯ ଟଙ୍କାରୁ  ୧୦,୦୦୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି କରିଛନ୍ତି । ଏହାଦ୍ବାରା ରାଜ୍ୟରେ ବର୍ତ୍ତମାନ ନିୟୋଜିତ ୧୧୧୭ ଜଣ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ (PHIEV)  ଉପକୃତ ହେବେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!