ମଥୁରାରୁ ନିର୍ବାଚନ ଲଢ଼ିବେ ହେମାମାଳିନୀ

ନୂଆଦିଲ୍ଲୀ,୨।୩: ବିଜେପି ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ଦଳ ପକ୍ଷରୁ ୧୯୫ ଜଣ ପ୍ରାର୍ଥୀଙ୍କ ନାମ ଏବଂ ସେମାନେ କେଉଁଠି ଲଢିବେ ତାର ତାଲିକା ଜାରି କରାଯାଇଛି । ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନାମ ସାମିଲ ରହିଛି ।ଏହାରି ମଧ୍ୟରେ ୧୯୫ଟି ପ୍ରାର୍ଥୀଙ୍କ ତାଲିକାରେ ୨୮ ଜଣ ମହିଳା ପ୍ରାର୍ଥୀଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି । ତେବେ ଭାରତୀୟ ଜନତା ପାର୍ଟୀ ବଲିଉଡର ବରିଷ୍ଠ ଅଭିନେତ୍ରୀ ହେମାମାଳିନୀଙ୍କୁ ତାଲିକାରେ ସ୍ଥାନ ଦେଇଛି । ସେ ଲୋକସଭା ନିର୍ବାଚନ ପାଇଁ ମଥୁରାରୁ ଲଢିବେ । ଏହା ପୂର୍ବରୁ ହେମାମାଳିନୀ କହିଥିଲେ ଯେ, ‘ତୃତୀୟ ଥର ପୁଣି ନିର୍ବାଚନ ଲଢିବାକୁ ସେ ପ୍ରସ୍ତୁତ ଅଛନ୍ତି । ସେ କହିଥିଲେ ଯେ, ମଥୁରାରେ ଏପରି କାମ ହେବ, କିଏ କେବେ ଦେଖିନଥିବେ । ମଥୁରାର ବହୁତ ଛୋଟ କିନ୍ତୁ ଏୟାରପୋର୍ଟ ନିର୍ମାଣ କରିବା ମୋର ସ୍ୱପ୍ନ ।’

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!