ଭୁବନେଶ୍ୱର,୩ା୩: ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ଚାଲାଣ ହେଉଥିଲା କଇଁଛ |୩୫୧ଟି ବିରଳ ପ୍ରଜାତିର କଇଁଛ ଉଦ୍ଧାର । କଇଁଛଗୁଡ଼ିକୁ ପଶ୍ଚିମବଙ୍ଗରୁ କର୍ଣ୍ଣାଟକ ଚାଲାଣ ବେଳେ ମାଡିବସିଲା ଗୁଇନ୍ଦା ନିର୍ଦ୍ଦେଶାଳୟ । ଏହି ଘଟଣାରେ ତିନି ଜଣଙ୍କୁ ଅଟକ ରଖିବା ସହ ଏକ କାର୍ ବି ଜବତ ହୋଇଛି । ସୂଚନା ଅନୁସାରେ, କଟକ ମଙ୍ଗୁଳି ଟୋଲ ଗେଟ୍ ନିକଟରୁ ଏକ କାରକୁ ଅଟକାଇବା ପରେ ସେଥିରେ ଏହି ବିରଳ ପ୍ରଜାତିର କଇଁଛ ଚାଲାଣ ହେଉଥିବା ଜଣା ପଡ଼ିଥିଲା । ପରେ ଏହାକୁ ଚାଲାଣ କରୁଥିବା ୩ ଜଣଙ୍କୁ ପଚରାଉଚରା ସହ ସମସ୍ତେ ବନ୍ୟପ୍ରାଣୀ ସ୍ମଗଲର ବୋଲି ଜଣା ପଡିଥିଲା । ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ପାଇଁ ଉଦ୍ଧାର କଇଁଛ ସହ କାର ଓ ସମସ୍ତ ଚାଲାଣକାରୀଙ୍କୁ ଓଡ଼ିଶା ବନ୍ୟପ୍ରାଣୀ ବିଭାଗକୁ ହସ୍ତାନ୍ତର କରିଛି DRI ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |