ଆଜି ବସିବ କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକ

ନୂଆଦିଲ୍ଲୀ ,୩।୩:ଆଜି ବସିବ କେନ୍ଦ୍ର ମନ୍ତ୍ରୀପରିଷଦ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଏହି ବୈଠକ ହେବ । ଦିନ 11ଟାରେ ଦିଲ୍ଲୀର ସୁଷମା ସ୍ବରାଜ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ । ଲୋକସଭା ନିର୍ବଚନ ପୂର୍ବରୁ ଏହା ଶେଷ ମନ୍ତ୍ରୀ ପରିଷଦ ବୈଠକ ।ତେବେ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସହ ମନ୍ତ୍ରଣାଳୟର ସଚିବ ମଧ୍ୟ ଉପସ୍ଥିତ ରହିବେ । ୨୦୨୪ ସୁଦ୍ଧା ବିକଶିତ ଭାରତ ଉପରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ସମୟ ସମୟରେ ମନ୍ତ୍ରୀ ପରିଷଦ ବୈଠକ କରି ପ୍ରମୁଖ ନୀତି ତଥା ଶାସନ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚମା କରିଥାଆନ୍ତି । ତେବେ ଏହି ବୈଠକ ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରବିବାର ଦିନ ଏହି ବୈଠକ ରାଜନୈତିକ ଦୃଷ୍ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ।ଆସନ୍ତା କିଛି ଦିନ ମଧ୍ୟରେ ନିର୍ବାଚନ ଆୟୋଗ ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣା କରିପାରନ୍ତି । ଏହି ବୈଠକ ଚାଣକ୍ୟପୁରୀ ଡିପ୍ଲୋମାଟିକ ଏନକ୍ଲେଭରେ ସୁଷମା ସ୍ୱରାଜ ଭବନରେ ଅନୁଷ୍ଠିତ ହେବ । ବୈଠକରେ ସରକାରଙ୍କ ପ୍ରଦର୍ଶନ ସମେତ ବିଭିନ୍ନ ବିଷୟ ଉପରେ ଅଲୋଚନା କରାଯାଇପାରେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!