ନିଜକୁ ଗୁଳିମାରି ଜୀବନ ହାରିଲେ ଯବାନ

କେନ୍ଦ୍ରାପଡ଼ା,୩।୩: କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଆତ୍ମହତ୍ୟା କରିଛନ୍ତି ଜଣେ ଯବାନ୍ । କିଆରବାଙ୍କ ଡିଆରଡିଓ ଅଫିସରେ ସୈନ୍ୟବାହିନୀର ଜଣେ ଯବାନଙ୍କ ଆତ୍ମହତ୍ୟା। ମୃତକ ହେଲେ ତାମିଲନାଡ଼ୁର ରାଜେଶ କରନ୍(୩୫)। ସେ ଡ୍ୟୁଟିରେ ଥିବା ବେଳେ ରାତି ୧ଟା ୫୫ ମିନିଟ ସମୟରେ ନିଜର ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ପ୍ରାଣ ହରାଇଛନ୍ତି।କିଆରବାଙ୍କ ସ୍ଥିତ ଡିଆରଡିଓ ଅଫିସ ପରିସରରେ ଆତ୍ମହତ୍ୟା କରିଛନ୍ତି ଭାରତୀୟ ସୈନିକ । ତାମିଲନାଡୁର ଯବାନ୍ ରାଜେଶ କରନ୍ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡ଼ି ନଥିବା ବେଳେ ଏହି ମାମଲାକୁ ନେଇ ଅନେକ ଚର୍ଚ୍ଚା କରାଯାଉଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!