ଶଙ୍ଖ ଛାଡି ପଦ୍ମ ଧରିଲେ ଅରବିନ୍ଦ ଢାଲି

ଭୁବନେଶ୍ୱର,୩।୩: ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ରବିବାର ରାଜ୍ୟ ଭାଜପା କାର୍ଯ୍ୟଳୟରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ବହୁ ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି। ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେପି ମିଶିବା ଖବର ସାମ୍ନାକୁ ଆସିଛି । ସେ ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ୍ ହୋଇଛନ୍ତି । ସୂଚନା ଅନୁଯାୟୀ, ଗତକାଲି ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢି ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିଲେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି। ତେବେ ଗତକାଲି ସେ ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ବର୍ତ୍ତମାନ ବିଜେପିରେ ସାମିଲ ହୋଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ବି‌ଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ। ୨୦୦୯ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ଶ୍ରୀ ଢାଲି ପୁଣି ବିଜେପିକୁ ଫେରିବେ ବୋଲି ଗଣମାଧ୍ୟମରେ କହିଥିଲେ।ତେବେ ଆଜି ସମର୍ଥକଙ୍କ ସହ ବିଜେପିରେ ସେ ଯୋଗଦେଇଛନ୍ତି। ଗତକାଲି ଦଳ କାହିଁକି ଛାଡ଼ିଲେ ବୋଲି ପଚାରିବାରୁ ସେ କହିଥିଲେ ଯେ, ଏନେଇ ତର୍ଜମା କଲେ ଜଣାପଡ଼ିବ। ଖୁବ୍‌ ଶୀଘ୍ର ସେ ମୁହଁ ଖୋଲିବେ। ୧୯୯୨ରେ ମାଲକାନଗିରିରୁ ବିଜେପି ଟିକେଟରେ ବିଧାୟକ ହୋଇଥିଲେ। ୫ଥରିଆ ଏହି ବିଧାୟକ ବିଜେପି-ବିଜେଡି ମେଣ୍ଟ ସରକାରରେ ପରିବହନ ମନ୍ତ୍ରୀ ଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!