ନୂଆଦିଲ୍ଲୀ,୩।୩: କୃଷକ ଆନ୍ଦୋଳନ ଜାରି ରହିଛି। କୃଷକ ନେତା ଜଗଜିତ ସିଂ ଡାଲେୱାଲ ରବିବାର ଏକ ବଡ଼ ଘୋଷଣା କରିଛନ୍ତି। ଡାଲେୱାଲ କହିଛନ୍ତି, ମାର୍ଚ୍ଚ ୬ରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ରେଳ, ବସ ଏବଂ ବିମାନ ଯୋଗେ (ଦିଲ୍ଲୀ) ଆସିବେ। ମାର୍ଚ୍ଚ ୧୦ରେ ଦିନ ୧୨ ରୁ ୪ଟା ପର୍ଯ୍ୟନ୍ତ ଆମର ଏକ ରେଳ ରୋକୋ ଆନ୍ଦୋଳନ ହେବ। ଆମେ ନିବେଦନ କରୁଛୁ ଯେ ଏଥିରେ ଯେତେ ଲୋକ ଅଂଶଗ୍ରହଣ କରନ୍ତୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |