କେନ୍ଦ୍ରାପଡ଼ାକୁ ଗଡ଼ିବ ମେମୁ ଟ୍ରେନ୍‌ ,ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର,୩।୩: କେନ୍ଦ୍ରାପଡ଼ାବାସୀଙ୍କୁ ମେମୁଟ୍ରେନ୍‌ ଉପହାର ମିଳିବ। ଜନସାଧାରଣଙ୍କର ଯାତାୟତ ସୁବିଧା ପାଇଁ କେନ୍ଦ୍ରାପଡ଼ାକୁ ଟ୍ରେନ୍‌ ନେଟୱର୍କ ସହିତ ଯୋଡ଼ାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ମେମୁ ଟ୍ରେନ୍‌କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ। ଡିଆରଏମ୍‌ ଏସ୍‌ଏସ୍‌ ବାଜୱା ଏହି ସୂଚନା ଦେଇଛନ୍ତି|ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସିବେ। ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦୀ ମେମୁଟ୍ରେନର ଶୁଭାରମ୍ଭ କରିବେ। ଏହି ଟ୍ରେନ୍‌ ପାରାଦୀପରୁ କେନ୍ଦ୍ରାପଡା ଦେଇ କେନ୍ଦୁଝର ଯାଏଁ ଗଡ଼ିବ। ଏ ନେଇ ଆଜି ପରାଦୀପ-ହରିଦାସପୁର ଲାଇନ୍‌ର ଯାଞ୍ଚ ହୋଇଛି।କେନ୍ଦୁଝରବାସୀଙ୍କ ଦୀର୍ଘବର୍ଷର ଦାବି କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଶେଷରେ ସାକାର ହେବାକୁ ଯାଉଛି। ଆସନ୍ତା ୫ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଅଭାସୀ ଯୋଗେ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। ଏଥିସହ କେନ୍ଦୁଝରଠାରୁ ଭାୟା ହରିଦାସପୁର-ଚଣ୍ଡିଖୋଲ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଏକ ନୂତନ ଦୈନିକ ଯାତ୍ରୀବାହୀ ଟ୍ରେନ ଚଳାଚଳ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍‌‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିନିମନ୍ତେ ନୂର୍ବତଟ ରେଳ ବିଭାଗ ପକ୍ଷରୁ କେନ୍ଦୁଝରଗଡ଼, ପାରାଦ୍ୱୀପ ଓ ଯାଜପୁର-କେନ୍ଦୁଝର ରୋଡ(କନକୋର ସାଇଡିଂ)ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଆଭାସୀ ଯୋଗେ କାର୍ଯ୍ୟକ୍ରମ ଉଦ୍‌‌ଘାଟନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ଚିଠି ହୋଇଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!