ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୪।୩:-ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଜୟନ୍ତୀନଗର ଗ୍ରାମରେ free fire ଗେମ ଖେଳିବା ସମୟରେ ମୋବାଇଲ ଫାଟି ନାବାଳକ ଆହତ ହୋଇଛନ୍ତି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଜୟନ୍ତୀନଗର ଗ୍ରାମର ଦଶରଥ ଗୌଡ ଙ୍କ ପୁଅ ଭଗବାନ ଗୌଡ (୧୫) ଆଜି ଅପରାହ୍ନ ୪ ଘ. ସମୟରେ ମୋବାଇଲ ଧରି ଖେଳ ପଡିଆରେ ବସି free fire ଗେମ ଖେଳିବା ସମୟରେ ହଠାତ ମୋବାଇଲଟି ଫାଟି ଯାଇଥିଲା | ଯାହା ଫଳରେ ନାବାଳକ ର ୨ ହାତ ଓ ୨ ଗୋଡରେ ଗଭୀର ଆଘାତ ଲାଗିଥିଲା | ଖେଳ ପଡିଆରେ ଥିବା ଅନ୍ୟ ପିଲାମାନେ ନାବାଳକର ପରିବାର ଲୋକଙ୍କୁ ଖବର ଦେଇଥିଲେ | ଖବରପାଇ ନାବାଳକର ଭାଇ ଓ ମା ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରି ବାଇକରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ଡାବୁଗାଁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ସ୍ଥାନାନ୍ତ କରିବା ପାଇଁ କହିଥିବା ପରିବାର ବର୍ଗ ସୂଚନା ଦେଇଛନ୍ତି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |