ଖୋଜି ଖୋଜି ମାରିବୁ ପୁଟିନ ଦେଲେ ଚେତାବନୀ

ମସ୍କୋ : ରୁଷିଆର ରାଜଧାନୀ ମସ୍କୋର ଏକ କନସର୍ଟ ହଲରେ ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୧୫୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ଏପର୍ଯ୍ୟନ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ରୁଷିଆ ପୋଲିସ,  ଏ ସମ୍ପର୍କରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଦୋଷୀମାନଙ୍କୁ ଖୋଜିଖୋଜି ହତ୍ୟା କରାଯିବ । ପୁଟିନ କହିଛନ୍ତି ଆକ୍ରମଣକାରୀମାନେ ୟୁକ୍ରେନ ସୀମା ଆଡକୁ ପଳାଇବାକୁ ଚେଷ୍ଟା କରୁଛନ୍ତି। ଅନୁସନ୍ଧାନ ଅଧିକାରୀ ସେମାନଙ୍କୁ ଚିହ୍ନଟ ପାଇଁ ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି । ଏହି ଆତଙ୍କବାଦୀମାନଙ୍କର କୌଣସି ଜାତୀୟତା ନାହିଁ । ପୁଟିନ ଦେଶବାସୀଙ୍କୁ କହିଛନ୍ତି ଯେ ଆଜି ମୁଁ ଆପଣଙ୍କ ସହ ସେହି ରକ୍ତାକ୍ତ ତଥା ବର୍ବର ଆତଙ୍କବାଦୀ ଆକ୍ରମଣ ବିଷୟରେ କହିବାକୁ ଆସିଛି, ଯେଉଁଥିରେ ଅନେକ ନିରୀହ ଲୋକ ଶିକାର ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ, ମୁଁ ମାର୍ଚ୍ଚ ୨୪କୁ ଜାତୀୟ ଶୋକ ଦିବସ ଭାବେ ଘୋଷଣା କରୁଛି। ଏହି ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!