କୋଲକାତାର ହର୍ଷିତ ରାଣାଙ୍କୁ ଡବଲ ଝଟକା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ର ଦ୍ୱିତୀୟ ଦିନରେ ଦେଖିବାକୁ ମିଳିଛି ସିଜନର ବଡ଼ ବିବାଦ । କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚରେ ଷ୍ଟାର ବୋଲରଙ୍କ ଆଗ୍ରେସନ୍ ଦେଖିବାକୁ ମିଳିଛି  । ଏହି ମ୍ୟାଚରେ ସନରାଇଜର୍ସର ଖେଳାଳିଙ୍କ ସହ ବାରମ୍ବାର ପଙ୍ଗା ନେବା ପରେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ମ୍ୟାଚରେ ହୋଇଥିବା ୨ଟି ଭୁଲ ପାଇଁ ୨ ଥର ଦଣ୍ଡ ପାଇଛନ୍ତି ଷ୍ଟାର ହର୍ଷିତ ରାଣା । କୋଲକାତା ନାଇଟ ରାଇଡର୍ସର ବୋଲର ହର୍ଷିତ ରାଣାଙ୍କୁ ଲାଗିଛି ଶକ୍ତ ଝଟକା । ପ୍ରଥମେ ହାଇଦ୍ରାବାଦର ଓପନର ମୟଙ୍କ ଅଗ୍ରୱାଲଙ୍କ ୱିକେଟ ନେବା ପରେ ତାଙ୍କୁ ସେଣ୍ଡ-ଅଫ୍ ଦେଇଥିଲେ । ଏହାପରେ ମ୍ୟାଚ ଶେଷରେ ହେନରିକ କ୍ଲାସେନଙ୍କୁ ମଧ୍ୟ ସମାନ ଷ୍ଟାଇଲରେ ସେଣ୍ଡ୍-ଅଫ୍ ଦେଇଛନ୍ତି ହର୍ଷିତ । ଗୋଟିଏ ମ୍ୟାଚରେ ହର୍ଷିତଙ୍କର ଏହି ଦୁଇଟି ଭୁଲ ପାଇଁ ତାଙ୍କୁ ମ୍ୟାଚର ୬୦% ଫିସ୍ ଜରିମାନା ଆକରରେ ହରାଇବାକୁ ପଡ଼ିଛି । ହର୍ଷିତ ରାଣାଙ୍କୁ ତାଙ୍କ ମ୍ୟାଚ୍ ଫି’ର ୬୦ ପ୍ରତିଶତ ଜରିମାନା କରାଯାଇଛି, ସେଥିମଧ୍ୟରୁ ମାୟଙ୍କ ଅଗ୍ରୱାଲଙ୍କ ସହ କରିଥିବା କାରନାମା ପାଇଁ ତାଙ୍କ ମ୍ୟାଚ ଫି’ର ୧୦ ପ୍ରତିଶତ କଟାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!