କେଜ୍ରିୱାଲଙ୍କ ଗିରଫକୁ ନେଇ ମନ୍ତ୍ରୀ ଆତିଶି ସିଂହଙ୍କ ବିବୃତ୍ତି

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଗିରଫକୁ ନେଇ ମନ୍ତ୍ରୀ ଆତିଶି ସିଂହଙ୍କ ବିବୃତ୍ତି ସାମ୍ନାକୁ ଆସିଛି । ସେ ପ୍ରେସ କନଫରେନ୍ସ କରି କହିଛନ୍ତି ଯେ, ବିଜେପି କେନ୍ଦ୍ର ସରକାର କେଜ୍ରିୱାଲଙ୍କୁ ଗିରଫ କରିଛି । କେଜ୍ରିୱାଲ ଇଡି ହେପାଜତରେ ଅଛନ୍ତି ହେଲେ ଦିଲ୍ଲୀର କୌଣସି କାର୍ଯ୍ୟ ଅଟକିବ ନାହିଁ । କିଏ ଏପରି ବ୍ୟକ୍ତି ଅଛନ୍ତି, ଯିଏ ଏହି ପରିସ୍ଥିତିରେ ଦିଲ୍ଲୀ ପାଇଁ ଚିନ୍ତା କରିପାରିବ । କେବଳ କେଜ୍ରିୱାଲ ହିଁ ଏପରି ଚିନ୍ତା କରିପାରିବେ ବୋଲି ଆତିଶି କହିଛନ୍ତି । ଆତିଶି ସିଏମ କେଜ୍ରିୱାଲଙ୍କ ଚିଠିପଢ଼ି କହିଛନ୍ତି, ‘ମୁଁ ଜାଣିଲି ଯେ ଦିଲ୍ଲୀର କିଛି ଅଞ୍ଚଳରେ ଜଳ ଓ ସ୍ୱେରେଜ୍ ସମସ୍ୟା ରହିଛି। ମୁଁ ଏ ବିଷୟରେ ଚିନ୍ତିତ। ଯେହେତୁ ମୁଁ ଜେଲରେ ଅଛି, ଏହି କାରଣରୁ ଲୋକମାନେ କୌଣସି ସମସ୍ୟାର ସମ୍ମୁଖୀନ ହେବା ଉଚିତ୍ ନୁହେଁ। । ଦିଲ୍ଲୀରେ ଗ୍ରୀଷ୍ମ ଆସିସାରିଲାଣି ।’ଆତିଶି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲ ମନ୍ତ୍ରୀମାନଙ୍କ କାମର ରିଭ୍ୟୁ କରୁଥିଲେ । ବର୍ତ୍ତମାନ ସେ କେନ୍ଦ୍ର ସରକାରଙ୍କ ହେପାଜତରେ ଅଛନ୍ତି । ଗ୍ରୀଷ୍ମ ଯୋଗୁଁ ପାଣିର ସମସ୍ୟା ହୋଇପାରେ । ତେଣୁ ସେ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!