ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ପଶ୍ଚିମଦ୍ୱାରରେ ଅସମ୍ଭାଳ ଭିଡ଼

ପୁରୀ,୨୯।୩: ଶୁକ୍ରବାର ପୁରୀ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ପଟେ ପ୍ରବଳ ଗହଳି ଦେଖିବାକୁ ମିଳିଛି।ଶ୍ରୀମନ୍ଦିର ପ୍ରବେଶ ବେଳେ ଅସମ୍ଭାଳ ଭିଡ଼ ହଇରାଣ ହେଲେ ଶତାଧିକ ଶ୍ରଦ୍ଧାଳୁ। ଆଜି ସକାଳୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଏଭଳି ଭିଡ଼ ପରିସ୍ଥିତି ଉପୁଜିଥିଲା।ପଶ୍ଚିମ ଦ୍ୱାର ଦେଇ କେବଳ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଆଜି କିଛି ସେବାୟତ ମାନେ କିଛି ଶ୍ରଦ୍ଧାଳୁଙ୍କୁ ଏହି ବାଟ ଦେଇ ପ୍ରବେଶ କରାଇଥିବା ଅଭିଯୋଗ ହୋଇଛି। ପ୍ରଚଣ୍ଡ ତାତିରେ ଲମ୍ବା ଲାଇନରେ ଛିଡା ହୋଇ ହନ୍ତସନ୍ତ ହେଉଛନ୍ତି ଭକ୍ତ। ପ୍ରବଳ ତାତି ଓ ଗୁଳୁଗୁଳି ଯୋଗୁଁ ବଡଦାଣ୍ଡରେ ଚାଲି ଚାଲି ଯିବା ଶ୍ରଦ୍ଧାଳୁଙ୍କ ପାଇଁ କଷ୍ଟକର ହୋଇଥିବାରୁ ସେମାନେ ପଶ୍ଚିମଦ୍ୱାର ପଟେ ଭିଡ ଲଗାଇଥିଲେ। ଏହାପରେ ସେଠାରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡିଛି। ମନ୍ଦିର ଭିତରକୁ ଶୀଘ୍ର ପଶିବା ପାଇଁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ କର୍ମୀ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!