ଭୁବନେଶ୍ୱର,୨୯।୩: ଜଟଣୀରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିବା ସୂଚନା ମିଳିଛି । ପୋଲିସ ୪୦ କିଲୋ ଓଜନର ବାରୁଦ ଜବତ କରିବା ସହ ବୋମା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ମଧ୍ୟ ଜବତ କରିଥିବା ଜଣାପଡ଼ିଛି । ଜଟଣୀ ସହର ନୂଆଗାଁରେ ଥିବା ଗୋଦାମ ସିଲ୍ କରିବା ସହ ଗୋଦାମ ମାଲିକକୁ ଅଟକ ରଖିଛି ପୋଲିସ ।ସାଧାରଣ ନିର୍ବାଚନ ବେଳେ ବଡ଼ ଧରଣର ଗଣ୍ଡଗୋଳ ପାଇଁ ହୋଇଥିଲା ଯୋଜନା! ରାଜ୍ୟର ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀରେ ବୋମା ପକାଇବା ପାଇଁ ପ୍ଲାନ୍ କରାଯାଇଥିଲା। ସେଥିପାଇଁ ବୋମା ତିଆରି କରିବାକୁ ଅଡର ମଧ୍ୟ ଦିଆଯାଇଥିଲା। ଆଉ ବୋମା ତିଆରି ପାଇଁ ବାରୁଦ କିଣା ହୋଇ ଷ୍ଟକ ରଖା ଯାଇଥିଲା। ହେଲେ ସବୁ ଯୋଜନାରେ ଫସର ଫାଟିଗଲା। ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ଏକ ବାଣ ଗୋଦାମରେ ଚଢ଼ଉ ବେଳେ ୪୦ କେଜି ବିସ୍ଫୋରକ ଜବତ ସହିତ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ପାଇଛି ପୁଲିଜଟଣୀ ଥାନା ପୁଲିସ ଆଜି ଏକ ବାଣ ଗୋଦାମରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଗୋଦାମରୁ ପୁଲିସ୍ ୪୦ କେଜି ବିସ୍ଫୋରକ ଜବତ କରିଥିଲା। ଏହି ଅଭିଯୋଗରେ ପୁଲିସ୍ ଉମାକାନ୍ତ ଶତପଥୀଙ୍କୁ ଗିରଫ କରିଥିଲା। ନିର୍ବାଚନ ବେଳେ ହିଂସାକାଣ୍ଡ ଘଟାଇବା ପାଇଁ ଏହି ବିସ୍ଫୋରକ ସାମଗ୍ରୀ ଆସିଥିବା ସନ୍ଦେହ କରାଯାଉଛି। ପୂର୍ବରୁ ବୋମା ଜବତ ଓ ଡକାୟତି ଉଦ୍ୟମ ଘଟଣାରେ ଏହି ଅଭିଯୁକ୍ତ ସମ୍ପର୍କରେ ସୂଚନା ପାଇଥିଲା ପୁଲିସ୍। ପିପିଲି, ଡେଲାଙ୍ଗ, ବ୍ରହ୍ମଗିରି, ଜଟଣୀ ଓ ରାଜ୍ୟ ବାହାରକୁ ବିସ୍ଫୋରକ ସାମଗ୍ରୀ ସପ୍ଲାଏ କରୁଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |