ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼,ଅସ୍ତବ୍ୟସ୍ତ ଭକ୍ତ

ପୁରୀ:  ଆଜି ବି  ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପଶ୍ଚିମ ଦ୍ୱାର ଦେଇ ଯିବା ପାଇଁ ଭକ୍ତଙ୍କ ଗହଳି ଜମିଛି। ଗୋପାଳବଲ୍ଲଭ ନୀତି ଯୋଗୁ ଏବେ ଦର୍ଶନ ବନ୍ଦ ରହିଛି। ତେଣୁ ଶ୍ରୀମନ୍ଦିରକୁ ଯିବା ପାଇଁ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଛନ୍ତି। ଗତକାଲି ମଧ୍ୟ ଶ୍ରୀମନ୍ଦିରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ପଶ୍ଚିମ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା। ଗହଳି ସାଙ୍ଗକୁ ତାତି ଯୋଗୁଁ କଲବଲ ହୋଇଥିଲେ ଶ୍ରଦ୍ଧାଳୁ।ପ୍ରଚଣ୍ଡ ତାତି ଯୋଗୁଁ ଅସହ୍ୟ ହେଲାଣି ଭକ୍ତଙ୍କ ଯନ୍ତ୍ରଣା। ଧାଡ଼ି ଯନ୍ତ୍ରଣା ସାଙ୍ଗକୁ ଅସ୍ତବ୍ୟସ୍ତ କରି ପକାଉଛି ମୁଣ୍ଡଫଟା ଖରା ଓ ରାସ୍ତାର ତାତି। ପିଲାଠୁ ବୁଢ଼ା, ମହିଳା, ସମସ୍ତେ ଏହି ଯନ୍ତ୍ରଣାରେ ପେଷି ହେଉଛନ୍ତି। ପୂର୍ବରୁ ଯେଉଁଠି ଦର୍ଶନ ପାଇଁ ଅଧଘଣ୍ଟା ଲାଗୁଥିଲା, ଏବେ ୪ରୁ ୫ ଘଣ୍ଟା ଲାଗିଯାଉଛି। ଏତେ ଘଣ୍ଟା ଧାଡ଼ିରେ ଛିଡ଼ା ହେବା । ଗତକାଲି ସକାଳୁ ଶ୍ରଦ୍ଧାଳୁ ଦର୍ଶନ ପାଇଁ ମୁଣ୍ଡଫଟା ଖରାରେ ଘଣ୍ଟା ଘଣ୍ଟା ଛିଡ଼ା ହେବା ପରେ ଧୈର୍ଯ୍ୟ ହରାଇଥିଲେ। ହଜାର ହଜାର ଭକ୍ତ ପଶ୍ଚିମଦ୍ବାର ବାରିକେଡ୍‌ ଠେଲି ଶ୍ରୀମନ୍ଦିର ଭିତରେ ପଶିଥିଲେ। ଏଥିପାଇଁ ଭକ୍ତଙ୍କ ଭିତରେ ଠେଲାପେଲା, ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଭିଡ଼ ଭିତରେ ମହିଳା, କୁନି କୁନି ପିଲା ବି ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ସେତେବେଳେ ଅନେକ ତଳେ ପଡ଼ି ଆହତ ହୋଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!