ପୁରୀ,୩୦ା୩:ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିରରେ ପଶିବାକୁ ଉଦ୍ୟମ କରୁଥିଲେ। ଆଜି ପୁରୀ ଶ୍ରୀମନ୍ଦିରରେ ପୁଣି ବିଦେଶୀ ପର୍ଯ୍ୟଟକଙ୍କୁ ନେଇ ଏକ ଅଘଟଣ ଘଟିଯାଇଛି । ଶ୍ରୀମନ୍ଦିରରେ ସେବାୟତଙ୍କୁ ପିଟିଛନ୍ତି ବିଦେଶୀ ପର୍ଯ୍ୟଟକ । ସେବାୟତ ହରିହରଙ୍କ ମୁଣ୍ଡରେ ଲାଗିଛି ଗଭୀର ଆଘାତ ।ତାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ବିରୋଧ କରିବାରୁ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଓ ଜଣେ ସେବାୟତ ଆହତ ହୋଇଛନ୍ତି। ପୁଲିସ୍ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ହେଲେ ନିଶାସକ୍ତ ବିଦେଶୀ ପର୍ଯ୍ୟଟକ ଜଣକ ଥାନାରେ ଉତ୍ପାତ କରିଥିବା ଅଭିଯୋଗ ହୋଇଛି।ଆଜି ସକାଳେ ସ୍ୱର୍ଗଦ୍ୱାର ବେଳାଭୂମିରେ ନିଶା ଖାଇ ଉତ୍ପାତ କରୁଥିଲେ ବିଦେଶୀ ପର୍ଯ୍ୟଟକ ଥୋମାସ୍ କ୍ରେଜ୍ ସେଲଡନ୍। ସ୍ଥାନୀୟ ଲୋକେ ଏନେଇ ସମୁଦ୍ର କୂଳ ଥାନାକୁ ଖବର ଦେଇଥିଲେ। ପୁଲିସ୍ ତାଙ୍କୁ କାବୁ କରିଥିଲା। ପରେ ତାଙ୍କୁ ଥାନାକୁ ନେଇ ପଚରାଉଚରା କରି ଅଣ୍ଡର ଟେକିଂ ଲେଖାଇଥିଲା। ତା’ପରେ ତାଙ୍କୁ ନେଇ ଆଶ୍ରମରେ ନେଇ ଛାଡ଼ି ଆସିଥିଲା ପୁଲିସ୍। ସେହି ମାମଲାରେ ସମୁଦ୍ର କୂଳ ଥାନା ପୁଲିସ୍ ତଦନ୍ତ କରୁଥିବା ବେଳେ ପୁଣି ଥରେ ଉତ୍ପାତ କରିଥିଲେ ଥୋମାସ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |