ନୂଆଦିଲ୍ଲୀ,୩୦।୩:ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ ବିଜେପି ଏକ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛି। ଏହି କମିଟିରେ କିଏ ନେତା ଅଛନ୍ତି ତାହା ଶନିବାର ଘୋଷଣା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାର ଅଧ୍ୟକ୍ଷ ଅଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପିୟୁଷ ଗୋଏଲ ଏହାର ଆବାହକ ଅଛନ୍ତି । ଏହି ୨୭ ଜଣିଆ କମିଟିରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇଛନ୍ତି । ସେମାନେ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମ । ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ଏହା ମଧ୍ୟରେ ଲୋକସଭା ନିର୍ବାଚନ ପାଇଁ ବିଜେପି ଇସ୍ତାହାର କମିଟି ଗଠନ କରିଛି । ଉକ୍ତ କମିଟିରେ ୨୭ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିଛି । ଏହି କମିଟିରେ ଓଡ଼ିଶାର ୩ ଜଣ ନେତାଙ୍କୁ ସଦସ୍ୟ ଭାବେ ସ୍ଥାନ ମିଳିଛି ।ଅନ୍ୟ ୨୭ ଜଣ ସଦସ୍ୟ ରହିଛନ୍ତି । ପୀୟୂଷ ଗୋଏଲ, ଅର୍ଜୁନ ମୁଣ୍ଡା, ଭୂପେନ୍ଦ୍ର ଯାଦବ, ଅର୍ଜୁନ ରାମ ମେଘୱାଲ, ଭୂପେନ୍ଦ୍ରର ପଟେଲ, ହିମନ୍ତ ବିଶ୍ୱ ଶର୍ମା, ବସୁନ୍ଧରା ରାଜେ, ବିନୋଦ ତାୱଡ଼େ, ଅନିଲ ଆନ୍ତୋନି ଏହି କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ରାଜସ୍ଥାନ, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଓଡ଼ିଶ।।, କର୍ଣ୍ଣାଟକ, ଦିଲ୍ଲୀ, ହରିୟାଣାର ନେତାଙ୍କୁ ଏଥିରେ ସ୍ଥାନ ମିଳିଛି । ଓଡ଼ିଶାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ସ୍ଥାନ ପାଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |