କୋଲକାତାରୁ ଚୋରାଚାଲାଣ ହେଉଥିଲା ୯କିଲୋ ସୁନା

କଟକ,,୩୦ା୩: ଟାଙ୍ଗୀ ବନ୍ଦାଳୋ ଟୋଲ ଗେଟରୁ ୯ କେଜି ସୁନା ଜବତ କରାଯାଇଛି। କୋଲକାତାରୁ କାର ଯୋଗେ ଚାଲାଣବେଳେ ଧରିଲା ଡିଆରଆଇ। ସେହି କାରରୁ ମିଳିଲା ୯ କେଜି ୧୮୦ ଗ୍ରାମର ୬୫ଟି ସୁନା ବିସ୍କୁଟ। ଜବତ ସୁନାର ମୂଲ୍ୟ ପ୍ରାୟ ୬କୋଟି ୪୪ଲକ୍ଷ ୪୬ ହଜାର ଟଙ୍କା। ୨ ଚାଲାଣକାରୀଙ୍କୁ ଗିରଫ କରି କଷ୍ଟମ୍ସ ଆକ୍ଟରେ ମାମଲା ରୁଜୁ କରାଯାଇଛି।ଏକ କାର୍‌ ଯୋଗେ କୋଲକାତାରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଡିଆରଆଇର କର୍ମଚାରୀମାନେ କଟକ ଜିଲ୍ଲା ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରେ ଛକି ବସିଥିଲେ। ସୁନା ଚାଲାଣ ହେଉଥିବା କାର୍‌ ଯେତେବେଳେ ଘଟଣାସ୍ଥଳକୁ ପହଞ୍ଚିଥିଲା, ଏଠାରେ ଥିବା କର୍ମଚାରୀମାନେ କାଣ୍‌କୁ ଅଟକାଇଥିଲେ। ଯାଞ୍ଚ ବେଳେ କାର୍‌ ଭିତରୁ ୯ ହଜାର ୧୮୦ ଗ୍ରାମର ସୁନା ବିସ୍କୁଟ ମିଳିଥିଲା, ଯାହାର ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ। ଚୋରାଚାଲାଣ ହେଉଥିବା ଗାଡି ବି ଜବତ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!