ଚେନ୍ନାଇ, ୩୧।୩: ଦକ୍ଷିଣ ଭାରତୀୟ ଅଭିନେତା ଡାନିଏଲ ବାଲାଜୀ(୪୮)ଙ୍କ ହୃଦ୍ଘାତରେ ଶନିବାର ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା କାରଣରୁ ତାଙ୍କୁ ଶୁକ୍ରବାର ଚେନ୍ନାଇର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାନିଏଲଙ୍କ ମୃତ୍ୟୁର ଖବର ଜଣାପଡ଼ିବା ପରେ ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରି ସହ ତାଙ୍କର ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କମଲ ହାସନ୍ଙ୍କ ଫିଲ୍ମ ‘ମରୁଧୁନାୟଗମ’ରୁ ଜଣେ ୟୁନିଟ୍ ପ୍ରଡକ୍ସନ ମ୍ୟାନେଜର ଭାବେ ଡାନିଏଲ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ଟେଲିଭିଜନ୍ ଜଗତକୁ ଯାଇ ତାମିଲ ଧାରାବାହିକ ‘ଚିତ୍ତି’ରେ ଡାନିଏଲ ଚରିତ୍ରରେ ଅଭିନୟ କରି ବହୁ ପ୍ରଶଂସା ସାଉଁଟିଥିଲେ। ଏହାପରଠାରୁ ସେ ଡାନିଏଲ ବାଲାଜୀ ନାମରେ ପରିଚିତ ହୋଇଥିଲେ। ଡାନିଏଲ ତାମିଲ ଫିଲ୍ମ ସହ କେତେକ ମାଲୟାଲମ, ତେଲୁଗୁ ଓ କନ୍ନଡ଼ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |