ଅବକାରୀ ଚଢାଉରେ ୩ ଶହ ଲିଟର ମଦ ଜବତ ଓ ୯ ଶହ ଲିଟର ମହୁଲ ପୋଚ ନଷ୍ଟ

 

ନବରଙ୍ଗପୁର(ମିହିର ଶଙ୍କର ପାତ୍ର),  ୩୧।୩:- ଜିଲ୍ଲା ଅବକାରୀ ଅଧୂକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଝରିଗାଁ ବ୍ଲକ ଅନ୍ତର୍ଗତ ବନ୍ଧକନା ଗ୍ରାମ ପାର୍ଶ୍ଵବର୍ତ୍ତୀ ନାଳ ଅଞ୍ଚଳ ଚଢାଉ କରି କୌଣସି ସ୍ଥାନରେ ଆସାମୀ ନ ଥିବା ଅବସ୍ଥାରେ ତିରିଶି ଲିଟର ମଦ ଜବତ କରିବା ସହ ନଅ ଶହ ଲିଟର ମହୁଲ ପୋଚ ନଷ୍ଟ କରାଯାଇ ଥିଲା Iଅବକାରୀ ମାମଲା ନମ୍ବର ୨୨୬/୨୩-୨୪ରେ ଏକ ମାମଲା ରୁଜୁ କରାଯାଇ ଥ‌ିବା ବେଳେ ଭକ୍ତ ଚଢାଉ ରେ ଡାବୁଗାଁ ଅବକାରୀ ଥାନା ଅଧୂକାରୀ ବୁଲୁ ପାତ୍ର ଙ୍କ ସହ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ରହି ଚଢାଉ ରେ ସହଯୋଗ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!