ଯାଜପୁର, କନ୍ଧମାଳ ଓ କଟକ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର,୩୧।୩: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଓଡିଶାରେ ବାକି ଥିବା ୩ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଯାଜପୁର, କନ୍ଧମାଳ ଓ କଟକ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଯାଜପୁରରୁ ରବିନ୍ଦ୍ର ନାରାୟଣ, କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀ ଓ କଟକରୁ ଲଢିବେ ଭର୍ତ୍ତୃହରି ମହତାବ । ତେବେ ଏହି ଲୋକସଭା ଆସନ ସହ ବିଜେପି ରାଜ୍ୟରେ ସମସ୍ତ ୨୧ ଲୋକସଭା ଆସନ ପାଇଁ ନିଜ ପ୍ରାର୍ଥୀ ଘୋଷଣା କରିସାରିଛି ।ପୂର୍ବରୁ ବିଜେପି ଓଡ଼ିଶାର ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି କ୍ରମରେ ବିଜେପି ସମ୍ବଲପୁର ପାଇଁ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ପାଇଁ ଅପରାଜିତା ଷଡ଼ଙ୍ଗୀ ଓ ବ୍ରହ୍ମପୁର ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍‌ ଦେଇଛି ଦଳ । କେନ୍ଦ୍ରାପଡ଼ାରୁ ବୈଜୟନ୍ତ ପଣ୍ଡା, ଢେଙ୍କାନାଳରୁ ରୁଦ୍ର ନାରାୟଣ ପାଣି, ବାଲେଶ୍ବରରୁ ପ୍ରତାପ ଷଡ଼ଙ୍ଗୀ, ବଲାଙ୍ଗୀରରୁ ସଂଗୀତା ସିଂହଦେଓ, ଜଗତସିଂହପୁରରୁ ବିଭୂ ପ୍ରସାଦ ତରାଇ, ବରଗଡ଼ରୁ ପ୍ରଦୀପ ପୁରୋହିତ, ସୁନ୍ଦରଗଡ଼ରୁ ଜୁଏଲ ଓରାମ, କେନ୍ଦୁଝରରୁ ଅନନ୍ତ ନାଏକ, ମୟୂରଭଞ୍ଜରୁ ନବଚରଣ ମାଝୀ, ଭଦ୍ରକରୁ ଅଭିମନ୍ଯୁ ସେଠୀ, କଳାହାଣ୍ଡିରୁ ମାଳବିକା କେଶରୀ ଦେଓ, ନବରଙ୍ଗପୁରରୁ ବଳଭଦ୍ର ମାଝୀ, ଆସିକାରୁ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, କୋରାପୁଟରୁ କାଲେରାମ ମାଝୀ ରହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!