ନୂଆଦିଲ୍ଲୀ, ୩୧।୩: ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫକୁ ନେଇ ବିଭିନ୍ନ ମହଲରୁ ବିରୋଧ ଦେଖାଦେଇଛି । ଏଥିମଧ୍ୟରେ ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ରବିବାର ରାମଲୀଲା ମଇଦାନରେ ଏକ ରାଲିର ଆୟୋଜନ କରିବ । ଏହି ରାଲିରେ ବିରୋଧୀ ଦଳର ପ୍ରମୁଖ ନେତା ସାମିଲ ହେବେ । ତେବେ ବିରୋଧୀ ଦଳର ଏହି ରାଲିକୁ ‘ଲୋକତନ୍ତ୍ର ବଚାଓ ରାଲି’ ନାମ ଦିଆଯାଇଛି ।ନୂଆଦିଲ୍ଲୀ: ଇଣ୍ଡିଆ ଆଲାଇନ୍ସର ନେତାମାନେ ରବିବାର ୩୧ ମାର୍ଚ୍ଚରେ ଦିଲ୍ଲୀର ଐତିହାସିକ ରାମଲୀଳ ମଇଦାନରେ ‘ଲୋକତନ୍ତ୍ର ବଞ୍ଚାଅ’ ରାଲି କରୁଛନ୍ତି। ଏନେଇ ରାମଲୀଳା ମଇଦାନରେ ଇଣ୍ଡିଆ ଆଲାଇନ୍ସର ବରିଷ୍ଠ ନେତାଙ୍କ ଏକ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ କରାଯାଇଛି। ମଇଦାନ ଚାରିପାଖରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀମାନେ ଏହି ରାଲି ମାଧ୍ୟମରେ ଦେଶରେ ଏକତାର ବାର୍ତ୍ତା ଦେବାକୁ ଚାହୁଁଛନ୍ତି।ଇଣ୍ଡିଆ ମେଣ୍ଟର ବିରୋଧୀ ଦଳ ପକ୍ଷରୁ ‘ଲୋକତନ୍ତ୍ର ବଚାଓ ରାଲି’ରେ ଦଳ ସୁପ୍ରିମୋ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଫାରୁକ୍ ଅବଦୁଲ୍ଲା, ଏମ୍କେ ଷ୍ଟାଲିନ୍, ଉଦ୍ଧବ ଠାକରେ, ଅଖିଲେଶ ଯାଦବଙ୍କ ସମେତ ୨୭ରୁ ୨୮ ଜଣ ନେତା ସାମିଲ ହେବେ । ବିରୋଧୀ ଦଳର କଂଗ୍ରେସ କହିଛି ଏହି ରାଲି ମାଧ୍ୟମରେ ଲୋକ କଲ୍ୟାଣ ମାର୍ଗ(ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ଆବାସ ରହିଛି)କୁ ଏକ ସନ୍ଦେଶ ଦିଆଯିବ ଯେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ସମୟ ଏବେ ସମାପ୍ତ ହୋଇଯାଇଛି । ଅପରପକ୍ଷରେ କଂଗ୍ରେସ ମହାସଚିବ ଜୟରାମ ରମେଶ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ,‘ଏହି ରାଲି କୌଣସି ବ୍ୟକ୍ତି ବିଶେଷ ଉପରେ ପର୍ଯ୍ୟବେସିତ ରାଲି ନୁହେଁ । ସେଥିପାଇଁ ଏହାକୁ ‘ଲୋକତନ୍ତ୍ର ବଚାଓ’ ରାଲି କୁହାଯାଉଛି । ଏହି ରାଲିରେ ପାଖାପାଖି ୨୭ରୁ ୨୮ ଦଳ ସାମିଲ ହେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ମାର୍ଚ୍ଚ ୧୭ରେ ‘ଇଣ୍ଡିଆ’ ମୁମ୍ବାଇରେ ଲୋକସଭା ନିର୍ବାଚନ ପାଇଁ ବିଗୁଲ ବଜାଇଥିଲେ । ଏହା ପରେ ନିର୍ବାଚନ ତାରିଖ ଘୋଷଣା ପରେ ଏହା ବିରୋଧୀ ମେଣ୍ଟର ଦ୍ୱିତୀୟ ବଡ଼ ରାଲି ହେବ । ଏହି ମେଣ୍ଟ ମଧ୍ୟରେ ଏକତାର ବାର୍ତ୍ତା ଦିଆଯିବ ।’
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |