ଭୁବନେଶ୍ୱର, ୩୧।୩: ଦୁଇ ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ସକାଳୁ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି। ଛତିଶଗଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ରହିଛି। ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ହୋଇଛି। ଛତିଶଗଡ଼ ଉପରେ ଗତକାଲିର ସକ୍ରିୟ ଘୂର୍ଣ୍ଣବଳୟ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି।ସେପଟେ ରାଜ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷର ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ମାଲକାନଗିରିରେ ଶନିବାର ସର୍ବାଧିକ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ଟାଣ ଖରା ସାଙ୍ଗକୁ ଝାଞ୍ଜିପବନ ମୁହଁଦେହ ପୋଡି ପକାଇଛି। ରାଜ୍ୟର ୫ଟି ସହର ଦିନ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ଏସଆରସି ସତ୍ୟବ୍ରତ ସାହୁ ସମସ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୦.୫, ବଲାଙ୍ଗୀର ୪୦.୨, ନୟାଗଡ଼ ୪୦, ଭୁବନେଶ୍ୱର ୩୭ ଏବଂ କଟକରେ ୩୭.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିଭଳି ପାରାଳାଖେମୁଣ୍ଡି ୩୯.୨, ନୂଆପଡା ୩୯.୪, ସୁବର୍ଣ୍ଣପୁର ୩୯.୪, ଭବାନୀପାଟଣା ୩୯.୮ ଏବଂ ଝାରସୁଗୁଡା ୩୯.୩ ଡିଗ୍ରୀ ରେକର୍ଡ ହୋଇଛି। ପୂର୍ବାହ୍ଣ ୧୦ଟା ବେଳକୁ ଟାଣ ଖରା ଆରମ୍ଭ ହୋଇ ଯାଇଥିଲା। ଅପରାହ୍ଣ ସାଢେ ୨ଟା ସୁଦ୍ଧା ଗ୍ରୀଷ୍ମ ପ୍ରବାହ ଶିଖର ଛୁଇଁଥିଲା। ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଏହି ସମୟରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି, ତେଣୁ ଦିନ ଓ ରାତିରେ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବ। ଉପକୂଳ ଓଡ଼ିଶାରେ ତାତି ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ। ଦିନ ୧୦ଟାରୁ ଅପରାହ୍ଣ ୩ଟା ସୁଦ୍ଧା ଖରା ବଢିବା ଦ୍ବାରା ଅଧିକ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି। ଏହି ସମୟରେ ବୟସ୍କ ଏବଂ ଶିଶୁଙ୍କୁ ସିଧାସଳଖ ଖରା ସଂସ୍ପର୍ଶରେ ନ ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଣେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ଡିଗ୍ରୀ ତାପମାତ୍ରା ଅତିକ୍ରମ କରିବ। ଉପକୂଳ ଓଡ଼ିଶାରେ ୩୯ ଡିଗ୍ରୀ ସହ ୬୦ ପ୍ରତିଶତ ଆର୍ଦ୍ରତା ରହିବ। ଗରମ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ସତର୍କତା କରାଇଥିବା ବେଳେ ସମସ୍ତ ଜନସାଧାରଣ ଏବଂ ଜିଲାପାଳ ସତର୍କ ରହିବାକୁ ଏସଆରସି ନିର୍ଦେଶ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |