ଭୁବନେଶ୍ୱର,୧ା୪: ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ଶିକ୍ଷାନୁଷ୍ଠାନ ଉପରେ ଆଇଟ ରେଡ ହୋଇଛି । ପ୍ରତିଯୋଗିତାମୂଳକ କୋଚିଂ ସେଣ୍ଟର ଉପରେ ଆଇଟି ରେଡ ହୋଇଥିବା ଜାଣିବାକୁ ମିଳିଛି । ଭୁବନେଶ୍ୱରସ୍ତିତ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ତେବେ ସୁବ୍ରତ ଛାଟୋଇଙ୍କ ଘରେ କିମ୍ବା ଅଫିସରେ ପ୍ରଥମ ଥର ପାଇଁ ଏହି ରେଡ କରାଯାଇ ନାହିଁ । ଆୟକର ଫାଙ୍କିବା ଅଭିଯୋଗରେ ଛାଟୋଇଙ୍କ କୋଚିଂ ସେଣ୍ଟର, ଭୁବନେଶ୍ୱର ସ୍ଥିତ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଥିବା ସୂଚନା ରହିଛି। ଆଜି ଭୋର ୪ଟାରୁ ଏହି ଚଢ଼ାଉ ଆରମ୍ଭ ହୋଇଛି। ଗତବର୍ଷ ମଧ୍ୟ ସୁବ୍ରତ କୁମାର ଛାଟୋଇଙ୍କ କୋଚିଂ ସେଣ୍ଟରରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା। କୋଚିଂ ସେଣ୍ଟରର କେତେକ ଜିନିଷପତ୍ର ମଧ୍ୟ ସିଲ୍ କରାଯାଇଥିଲା। ଏହାସହ ସୁବ୍ରତ କୁମାର ଛାଟୋଇଙ୍କୁ ଆୟକର ବିଭାଗ ପକ୍ଷରୁ ପଚରାଉଚରା କରାଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |