ନୂଆଦିଲ୍ଲୀ ,,୧ା୪:ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ଦର। ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଛି। ୩୦ଟଙ୍କା ୫୦ ପଇସା ଦର କମିଛି। ଆଜିଠୁ ନୂଆ ଦର ଲାଗୁ ହେବାକୁ ଯାଉଛି। ସେପଟେ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି। ସେହିପରି ୫ କେଜି ଏଫଟିଏଲ ସିଲିଣ୍ଡର ଦର ୭.୫୦ ଟଙ୍କା ହ୍ରାସ କରିଛି ତୈଳ ବିପଣନ କମ୍ପାନୀ । ଆଜି ଠାରୁ ଏହି ଦୁଇ ସିଲିଣ୍ଡରର ନୂଆ ଦର ଲାଗୁ ହୋଇଛି । ଯାହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେଇଛି ଆଜିଠାରୁ ଆରମ୍ଭ ହେଉଛି ନୂଆ ଆର୍ଥିକ ବର୍ଷ । ଆର୍ଥିକ ବର୍ଷ ୨୦୨୪-୨୫ର ପ୍ରଥମ ଦିନରେ ଶସ୍ତା ହୋଇଛି ଏଲପିଜି ଗ୍ୟାସ ସିଲିଣ୍ଡର । ଆଜିଠାରୁ ରାଜଧାନୀରେ ଏଲପିଜି ସିଲିଣ୍ଡର ଦାମ୍ ୩୦.୫୦ ଟଙ୍କା ହ୍ରାସ ପାଇଛି । ଏହାସହିତ ବିଭିନ୍ନ ରାଜ୍ୟରେ ଗ୍ୟାସ ଦର ଶସ୍ତା ହୋଇଛି । ଆସନ୍ତା ନିର୍ବାଚନ ପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡର ପିଛା ୩୨ ଟଙ୍କା ହ୍ରାସ ପାଇଛି । ୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର ୩୨ ଟଙ୍କା ହ୍ରାସ ପାଇଥିବା ବେଳେ ଘରୋଇ ଗ୍ୟାସ ମୂଲ୍ୟ ଅପରିବର୍ତ୍ତିତ ରହିଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |