ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼; ୫ ମୃତ

ନୂଆଦିଲ୍ଲୀ,୧।୪: ପଶ୍ଚିମବଙ୍ଗରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହ ଜଣ ଗୁରୁତର ଆହତ ହୋଇଛନ୍ତି । ପଶ୍ଚିମବଙ୍ଗରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହ ଜଣ ଗୁରୁତର ଆହତ ହୋଇଛନ୍ତି । ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼। ହଠାତ୍ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ହେବାରୁ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ସୋଶାଲ ମିଡିଆରେ ଘୂର୍ଣ୍ଣିଝଡ ସମୟର ଭିଡିଓ ଭାଇରାଲ୍ ହେଉଛି।ପବନର ବେଗ ଏତେ ଅଧିକ ରହିଥିଲା ଯେ, ଏଥିରେ ୮୦୦ରୁ ଅଧିକ ଘର ନଷ୍ଟ ହୋଇଯାଇ ଥିବାବେଳେ ବଡ଼ ବଡ଼ ଗଛ ସହ ବିଦ୍ୟୁତ୍ ଖୁଣ୍ଟି ଉପୁଡି ପଡିଛି। ଘର ଆଗରେ ଥିବା କାର୍, ବାଇକ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଜଲପାଇଗୁରି ସମେତ ପଡୋଶୀ ଜିଲ୍ଲା କୋଚବେହାର ଏବଂ ଆଲିପୁରଦୁର ଅଞ୍ଚଳରେ ଘୂର୍ଣ୍ଣିଝଡର ପ୍ରଭାବ ବିଶେଷ ଭାବେ ଅନୁଭୁତ ହୋଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!